ନନ୍ଦନକାନନରେ ସିଂହୀ ଶ୍ୟାମା ଗୁରୁତର

0 139

ବାରଙ୍ଗ,୩୦/୩(ଏସ ଏସ ନିଉଜ) ନନ୍ଦନକାନନର ୨୦ବର୍ଷିର ମାଈ ସିଂହୀ ଶ୍ୟାମା ବାଦ୍ଧକ୍ୟ କାରଣରୁ ଗୁରତର ଅସୁସ୍ଥ ହୋଇଛି।ସେ ଠିକ୍ ଭାବେ ଖିଆପିଆ କରି ପାରୁନାହିଁ।ଅନ୍ୟପଟେ ବୟସାଧିକ ଯୋଗୁଁ ବିଭିନ୍ନ ରୋଗ ଜନିତ ସମସ୍ୟା ଦେଖାଦେଇଛି।କାନ,ଚମ ଲୋଚା ପଡିବା ସହ ଦିନକୁ ଦିନ ଦୁର୍ବଳ ହୋଇଯାଇଛି।ଗତ ୫ଦିନ ହେଲାଣି ଠିକ୍ ଭାବେ ଖାଇପାରୁନାହିଁ।ଏମିତିକି ଗୋଟିଏ ସ୍ଥାନରେ ପଡିରହୁଛି।ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ନିର୍ଦେଶକ୍ରମେ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା ଜାରି ରହିଛି ବୋଲି ପ୍ରାଣୀଉଦ୍ୟାନର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି।ସିଂହ ଏନକ୍ଲୋଜର ଫିଡିଙ୍ଗ ଚାମ୍ବରରେ ରଖାଯାଇଛି।ପିଛ୍ଛାନ ଓ ଶ୍ୟାମା ଦୁହେଁ ୨୦୧୩ ମାର୍ଚ୍ଚ ୨୫ତାରିଖରେ ଗୁଜୁରାଟରୁ ଉପହାର ସରୂପରେ ନନ୍ଦନକାନନକୁ ଆସିଥିଲେ ।

Leave A Reply

Your email address will not be published.