ଆଜିର ରାଶିଫଳ

0 211

ଗୁରୁବାର୨୦୨୨ ମସିହା ମାର୍ଚ୍ଚ ମାସ ୩୧ ତାରିଖ,ଚୈତ୍ର ମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ,ତୁଳା ଓ କୁମ୍ଭ ରାଶି ର ଘାତବାର,ଧନୁ ରାଶି ର ଘାତଚନ୍ଦ୍ର,ଚତୁର୍ଦ୍ଦଶୀର ଏକଦିଷ୍ଟ ଓ ଅମାବାସ୍ୟାର ପାର୍ବଣ ସାମ୍ଭସ୍ୱରିକ ଶ୍ରାଦ୍ଧ,ବିରି, ମାଛ ଓ ମାଂସ ଭକ୍ଷଣ ନିଷେଧ।
🐏ମେଷ👉ଦିନଟି ବ୍ୟସ୍ତତାରେ କଟିବ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ପରିବାରର ସବୁ ଲୋକଙ୍କ ସହିତ ଆପଣଙ୍କର ଭଲ ତାଳମେଳ ବଜାୟ ରହିବ।
🐮ବୃଷ👉କ୍ୟାରିୟର ସହ ଜଡ଼ିତ କୌଣସି ମାମଲାର ସମାଧାନ ହୋଇଯିବ। ବ୍ୟବସାୟରେ ନୂଆ ପରିଯୋଜନା ଲାଗୁ କଲେ ଲାଭ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।
👩‍❤️‍👨ମିଥୁନ👉ଆପଣଙ୍କର ସ୍ବଭାବକୁ ନରମ ରଖନ୍ତୁ। ଅଧିକ ଭାବୁକ ହେଲେ ଅଶାନ୍ତିରେ ରହିବେ। ଚାକିରିଜୀବୀଙ୍କୁ ନୂଆ କାମ କରିବାର ସୁଯୋଗ ମିଳିବ। ପ୍ରେମ ଜୀବନ ଭଲ ରହିବ।
🦀କର୍କଟ👉ଅଧିକାଂଶ କାମ ପାଇଁ ନିଜକୁ ପ୍ରସ୍ତୁତ ରଖିବେ। କଠିନ ପରିସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ଛାତ୍ରଙ୍କୁ କମ୍ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ।
🦁ସିଂହ👉ମନ ଧର୍ମ କାର୍ଯ୍ୟରେ ଅଧିକ ଲାଗି ରହିବ। ଅନ୍ୟମାନଙ୍କ ସହିତ ଭଲ ତାଳମେଳ ରହିବ। ଶେଷ ମୁହୂର୍ତ୍ତରେ ଯୋଜନା ପରିବର୍ତ୍ତନ କରିବେ। ଆମଦାନିରେ ନୂଆ ଉତ୍ସ ମିଳିପାରେ।
🙎‍♀️କନ୍ୟା👉ନିଜ କାମ ନେଇ ସତର୍କ ରୁହନ୍ତୁ। ବନ୍ଧୁଙ୍କ ବ୍ୟବହାର ଆଶ୍ଚର୍ଯ୍ୟଜନକ ହୋଇପାରେ। କ୍ଷୁଦ୍ର ଉଦ୍ୟୋଗୀ ଙ୍କ ଲାଗି ଦିନଟି ଭଲ। ବୈବାହି କ ଜୀବନ ପ୍ରୀତିମୟ ହେବ।
⚖️ତୁଳା👉କାମ ପାଇଁ ଆପଣଙ୍କୁ ଅଧିକ ଯାଆସ କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। କୌଣସି ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯାଇପାରନ୍ତି।
🦂ବିଛା👉କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। କୌଣସି ସଂପର୍କୀୟ ଆପଣଙ୍କୁ ଦେଖା କରିବାକୁ ଆସିପାରନ୍ତି। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।
🏹ଧନୁ👉କାମ ସଂପୂର୍ଣ୍ଣ କରିବା ପାଇଁ ନିଜ ଉପରେ ଭରସା ରଖି ପରିଶ୍ରମ କରନ୍ତୁ। ନୂଆ ଲୋକଙ୍କ ସହିତ ମିଶିଲେ ଜୀବନରେ ପରିବର୍ତ୍ତନ ଆସିବ। ପ୍ରେମ ସମ୍ବନ୍ଧ ମଧୁର ହେବ।
🐊ମକର👉କାମର ବୋଝ ପାଇଁ ଆପଣ ଟିକେ ଅଶାନ୍ତ ରହିବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ଆପଣଙ୍କର କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ।
🏺କୁମ୍ଭ👉ନିଜର ଶକ୍ତିକୁ ବ୍ୟର୍ଥ୍ୟ ହେବାକୁ ଦିଅନ୍ତୁ ନାହିଁ। କାମ ସକାରାତ୍ମକ ରୂପେ ସଂପୂର୍ଣ୍ଣ ହେବ। ଆପଣାର ଲୋକ ସହିତ ଘନିଷ୍ଠତା ବଜାୟ ରହିବ। ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ।
🐟ମୀନ👉ଠିକ୍ ତର୍କ ବଳରେ କାହାରିକୁ ବି ନିଜ କଥାରେ ସହ ମତ କରାଇନେବେ। ସର କାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭା ବନା। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
।।ଲକ୍ଷେ ଟଙ୍କାର ହାର ଟିଏ ଅନ୍ଧାରରେ ହଜିଗଲେ ତାକୁ ଖୋଜିବାକୁ ଯେପରି ଟଙ୍କାକିଆ କ୍ୟାଣ୍ଡଲ କିମ୍ବା ଦଶ ଟଙ୍କିଆ ଟର୍ଚ୍ଚଟିଏ ଦରକାର ହୋଇଥାଏ, ସେହିପରି ଯେତେ ବଡ ଲୋକ ଟିଏ ହୋଇଥାଉ ନା କାହିଁକି ଅନେକ ସମୟରେ ଗରିବ ଲୋକଟିଏ ହିଁ ତାକୁ ସାହାଯ୍ୟ କରିଥାଏ। ତେଣୁକରି ସମସ୍ତେ ସବୁବେଳେ ନିଜ ନିଜ କର୍ମ ଉପରେ ହିଁ ଭରସା ରଖିବା ଉଚିତ।।ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ🙏🏻ଜୟ ଜଗନ୍ନାଥ,ଜୟ ସୋମନାଥ🙏🏻

Leave A Reply

Your email address will not be published.