ସତ କହିଲେ ରଞ୍ଜନ

0 390

ଭୁବନେଶ୍ୱର,୩୧/୩(ଏସଏସନିଉଜ) କ୍ରାଇମବ୍ରାଞ୍ଚ ପକ୍ଷରୁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ଘଟଣାକୁ ନେଇ ସୂଚନା ଦିଆଯାଇଛି । କ୍ରାଇମବ୍ରାଞ୍ଚ ଆଗରେ ଅଭିଯୁକ୍ତ ରଞ୍ଜନ ନାୟକ ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ସେ ମାନସକୁ ଅପହରଣ କରିଥିବା ସ୍ୱୀକାର କରିଛି । ଅପହରଣ ପରେ ଦୟାଲ ଆଶ୍ରମକୁ ଯାଇଥିଲେ ।ସେଠାରେ ଥିବା ନିରଞ୍ଜନ ସେଠୀ ଓ ଅନ୍ୟମାନେ ମାନସଙ୍କୁ ପିଟିଥିଲେ । ପିଟି ପିଟି ହତ୍ୟା କରିବା ପରେ ଶର୍ମିଷ୍ଠାଙ୍କ କାରରେ ମାନସଙ୍କ ଶବକୁ ନୟାଗଡ଼ ରଣପୁର ନେଇ ପୋତିବା ପରେ ସେଠୁ ଫେରି ଚଣ୍ଡିଖୋଲ ନିକଟରେ ମାନସର ଜିନିଷପତ୍ର ପୋଡ଼ିଥିଲେ । ମାନସଙ୍କ ଇୟର ଫୋନ୍, ଚପଲ, ଶବ ନେଇଥିବା ଅଖାକୁ ପୋଡ଼ିବାସହ ଗାତ ଖୋଳିବାରେ ବ୍ୟବହାର କରିଥିବା କୋଦାଳ, ଗଇଁତିକୁ ବୁଦାମୂଳେ ଫିଙ୍ଗିଦେଇଥିବାର ରଞ୍ଜନ କ୍ରାଇମବ୍ରାଞ୍ଚ ଆଗରେ କହିଛି । ରଞ୍ଜନଠାରୁ ଏହାଜାଣିସାରିବାପରେ କ୍ରାଇମବ୍ରାଞ୍ଚ ସାଥିରେ ରଞ୍ଜନଙ୍କୁ ଧରି ଚଣ୍ଡିଖୋଲ ନିକଟ ସ୍ପଟକୁ ଯାଇଥିଲେ ।ସେଠାରୁ ମାନସଙ୍କ ଦରପୋଡ଼ା ଇୟର ଫୋନ୍ , ଚପ.କୋଦାଳ, ଗଇଁତି ଓ ଦରପୋଡ଼ା ଅଖା ମିଳିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.