ନନ୍ଦନକାନନରେ ୱାଲାବି

0 66

ବାରଙ୍ଗ,୨୨ା୧୨(ଏସଏସନିଉଜ) ଆଉ ଦିନକେଇଟା ପରେ ନନ୍ଦନକାନନକୁ ୬୩ପୁରୀ ୬୪ଚାଲିବା ଡିସେମ୍ବର ୨୯ ତାରିଖରେ ୬୪ତମ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି ନନ୍ଦନକାନନ ।ସବୁବର୍ଷ ପର‌୍ୟ୍ୟଟକଙ୍କୁ ନୁଆବର୍ଷର ଭେଟିଦେଉଥିବା ବେଳେ ନନ୍ଦନକାନନ ଚଳିତବର୍ଷ ପ୍ରତିଷ୍ଠା ଦିବସରରେ ପର‌୍ୟ୍ୟଟକଙ୍କୁ ନୁଆପ୍ରଜାତିର (କଙ୍ଗାରୁ ଜାତୀୟ)ୱାଲାବି ଭେଟିଦେବାକୁ ଯାଉଛି ।ଶୁକ୍ରବାରରାତିରେ ହଳେ ୱାଲାବି ଓ ହଳେ ଲିଭିଙ୍ଗଷ୍ଟୋନ ଟୁରାକୋ ନନ୍ଦନକାନନରେ ଆସି ପହଁଚିଛି । ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାଠାରୁ ପ୍ରାୟ ୨୦ଲକ୍ଷଟଙ୍କା ରେ କ୍ରୟ କରାଯାଇ ୪ଅତିଥିଙ୍କୁ ନନ୍ଦନକାନନକୁ ଅଣାଯାଇଛି ।ୱାଲାବି

ଆସିବାପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କ୍ବାରେଣ୍ଟାଇନରେ ରଖାଯାଇଛି।ଏହାପରେ ନୁଆକରି ହୋଇଥିବା ଏନକ୍ଲୋଜରରେ ଛଡାଯିବ ।ପ୍ରତିଷ୍ଠାଦିବସରେ ଉକ୍ତ ଏନକ୍ଲୋଜରର ଉଦଘାଟନ କରାଯିବାପରେ ପର‌୍ୟ୍ୟଟକ ମାନେ ଏହାକୁ ଦେଖିପାରିବେ ବୋଲି ନନ୍ଦନକାନନ ଉପନିର୍ଦେଶକ ସନଥ୍ କୁମାର ନାରାୟଣ କହିଛନ୍ତି।ତେବେ ଚଳିତବର୍ଷ ପ୍ରତିଷ୍ଠାଦିବସରରେ ବଟାନିକାର୍ଲ ଗାର୍ଡେନରେ ନୁଆକରି ହୋଇଥିବା ଜଳଜଉଭିଦ ଆକ୍ୱାରିୟମ , ବିଭିର୍ଣ ପ୍ରଜାତିର ବାଉଁଶକୁନେଇ କରାଯାଇଥିବା ବଗିଚା,ବାଘୁଣୀ ଅଙ୍କିତାର ୪ଛୁଆଙ୍କ ନାମକରଣ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.