ନନ୍ଦନକାନନରୁ ନିଖୋଜ ହେଲେ ପୁରୀରୁ ମିଳିଲେ ଜୟଶ୍ରୀ

0 328

ବାରଙ୍ଗ,୩ା୩(ଏସଏସନିଉଜ) ଗତ ଗୁରୁବାରଦିନ ନନ୍ଦନକାନନ ବୁଲିବାକୁଆସି ନିଖୋଜହୋଇଯାଇଥିବା ୭୦ବର୍ଷର ବୃଦ୍ଧା ଜୟଶ୍ରୀଦେବୀଙ୍କୁ ପରିବାରଲୋକେ ପୁରୀରୁ ଫେରିପାଇଛନ୍ତି।ଜାମ୍ମୁଇ(ବିହାର) ଜିଲ୍ଲାର ଝାଝା ଥାନା ଅନ୍ତର୍ଗତ ଝାଝା ଗ୍ରାମର ଜୟଶ୍ରୀଦେବୀ ନିଜ ପରିବାର ସହି ନନ୍ଦନକାନନ ବୁଲିଆସିଥିଲେ।ଗୁରୁବାର ଅପରାହ୍ନ ୪ଟାରେ ଟିକଟକରି ପ୍ରାଣୀଉଦ୍ୟାନଭିତରକୁ ପ୍ରବେଶକରିଥିଲେ।ପରିସରରେ ବୁଲିବାସମୟରେ ଜୟଶ୍ରୀ ନିଖୋଜହୋଇଯାଇଥିଲେ।ଏନେଇ ପରିବାରଲୋକେ ନନ୍ଦନକାନନ ମୁଖ୍ୟଫାଟକରେ ଦାୟିତ୍ବରେଥିବା କର୍ମଚାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ସେମାନେ ଏହାକୁ ଗୁରୁତ୍ବ ଦେଇନଥିଲେ।ପରେ ଘଟଣା ସମ୍ପର୍କରେ ପୁଅ ରାଜଶର୍ମା ନନ୍ଦନକାନନଥାନାରେ ଲିଖିତ ଅଭିଯୋଗ କରିଥିଲେ।ସିସିଟିଭି ଫୁଟେଜରୁ ପ୍ରସ୍ଥାନ ସମୟରଦୃଶ୍ୟ ଜଣାପଡିଥିଲା।ମାଆକୁ ନପାଇ ନିରାଶହେବାପରେ ପୁଅରାଜ ନନ୍ଦନକାନନଛକରେ ପିଙ୍କି ହୋଟେଲମାଲିକ ଜଗନ୍ନାଥସାବତଙ୍କ ପାଖରେ ସବୁକଥାକହିଥିଲେ।ଶ୍ରୀସାବତଙ୍କ ସହାୟତାରେ ପୁରୀ ରେଳଷ୍ଟେସନରୁ ମାଆକୁ ପାଇଥିଲେ ।ଏନେଇ ରାଜ ଶୁକ୍ରବାର ମଧ୍ୟାନ୍ନସମୟରେ ମାଆକୁ ସାଥିରେଧରି ନନ୍ଦନକାନନ ଥାନାରେ ପହଞ୍ଚିପରେ ଘରକୁ ଫେରିଛନ୍ତି ବୋଲି ଥାନାସୂତ୍ରରୁ କୁହାଯାଇଛି।

Leave A Reply

Your email address will not be published.