ନନ୍ଦନକାନନରେ ପଶିଲା ଦୁଇଦନ୍ତା

0 141

ବାରଙ୍ଗ,୩ା୩(ଏସଏସନିଉଜ) ଗତକିଛିଦିନର ବ୍ୟବଧାନ ପରେ ପୁଣି ନନ୍ଦନକାନନରେ ପଶିଛି ଦନ୍ତାହାତୀ ।ଶୁକ୍ରବାର ସକାଳେ ନନ୍ଦନକାନନରେ ଦୁଇଟି ଦନ୍ତାହାତୀ ପସିଥିବାର ଜଣାପଡିଥିଲା ।ହାତୀଦୁଇଟି ଚନ୍ଦକାଜଙ୍ଗଲରୁ ବାହାରି ରଘୁନାଥପୁର ଗାଁମୁଣ୍ଡ ବଡବାଙ୍କ ପାଖରେ ନନ୍ଦନକାନନର ସୁରକ୍ଷାପ୍ରାଚୀରରର ଦୁଇଟିସ୍ଥାନରେ ପ୍ରାୟ ୧୫ଫୁଟ ଲମ୍ବର ପାଚେରୀ ଭାଙ୍ଗି ଭିତରକୁ ପଶିଥିଲେ ।ହାତୀସଫାରୀର ହାତୀଶାଳକୁ ସଂଯୋଗ ଥିବା ସୁରକ୍ଷା ଗେଟପାଖ ଓ କୁମ୍ଭୀରଟାଙ୍କୀ ପଛପଟେ ଥିବା ଲନରେ ଜଙ୍ଗଲି ଦନ୍ତାହାତୀ ଝାଡା ବସିଥିବାର କର୍ମଚାରୀମାନେ ଶୁକ୍ରବାର ସକାଳେ ଦେଖିବାପରେ ନନ୍ଦନକାନନ ରେ ହାତୀ ପଶିଥିବାର ଜଣାପଡିଥିଲା ।ତେବେ ଏହି ଦନ୍ତାହାତୀଦ୍ୱୟ ନନ୍ଦନକାନନ ରେକୈାଣସି କ୍ଷୟକ୍ଷତି ନକରିଥିବାବେଳେ କେବଳ ଲନ ଗାର୍ଡେନରେ କିଛିତାରଜାଲିକୁ ଭାଙ୍ଗିଥିବାର ଜଣାପଡିଛି ।ହାତୀ ପସିଥିବାର ଜଣାପଡିବାପରେ ନନ୍ଦନକାନନ ଅଧିକାରୀମାନେ କର୍ମଚାରୀମାନଙ୍କୁ ସାଙ୍ଗରେ ଧରି ହାତୀକୁ ଖୋଜାଖୋଜିକରିଥିଲେ ।ଶେଷରେ ହମିରା ଟାଙ୍ଗିରେ ଦୁଇଟିଦନ୍ତାହାତୀ ଥିବାର ଦେଖିବାକୁ ମିଳିଥିଲା ।ହମିରା ଟାଙ୍ଗିରୁ ହାତୀଦୁଇଟି ଯେପରି ନନ୍ଦନକାନନକୁ ନଆସନ୍ତି ସେଥିପ୍ରତି ସଜାଗ ରହିବାକୁ ନନ୍ଦନକାନନ କର୍ତୁପକ୍ଷ କର୍ମଚାରୀମାନଙ୍କୁ ସର୍ତକ କରାଇଥିଲେ ।ଏହାସହ ଦୁଇଟିଟିମରେ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇ ହାତୀଦୁଇଟିର ଗତିବିଧି ଉପରେ ତିକ୍ଷ୍ମଣନଜର ରଖାଯାଇଥିଲା ।ସନ୍ଧ୍ୟାହେବାପରେ ଦନ୍ତାହାତୀଦୁଇଟିକୁ ଚନ୍ଦକା ଜଙ୍ଗଲକୁ ଫେରାଇ ନେବାକୁ କର୍ମଚାରୀମାନେ ଉଦ୍ୟମ କରିଥିଲେ ।

Leave A Reply

Your email address will not be published.