ନନ୍ଦନକାନନରେ ବରିଷ୍ଟନାଗରିକଙ୍କୁ ର୍ଦୁବ୍ୟବହାର!

0 344

ବାରଙ୍ଗ୨୪/୭(ଏସଏସନିଉଜ) ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ର୍ଦୁବ୍ୟବହାର କରିବା ଏବେ ନିତିଦିନିଆ ଘଟଣା ହୋଇଗଲାଣି ।ବିଶେଷକରି ଘରୋଇକରଣରେ ନେଇ ନନ୍ଦନକାନନରେ ବ୍ୟବସାୟ କରୁଥିବା ଠିକାସଂସ୍ଥା ମାନଙ୍କ ବିରୁଦ୍ଧରେ ଏଭଳି ବହୁ ଅଭିଯୋଗମାନ ଆସୁଥିବାର ଦେଖିବାକୁ ମିଳିଛି ।ଗତକିଛିଦିନ ତଳେ ସଫାରୀ କାଉଂଟରରେ ଠିକାସଂସ୍ଥାର କର୍ମଚାରୀମାନେ ମିଶି ପର୍ଯ୍ୟଟକମାନଙ୍କୁ ମରଣାମ୍‌କ ଆକ୍ରମଣ କରିବା ଘଟଣା ବେଶ ଚର୍ଚ୍ଚାରେ ରହିଥିଲା ।ଏହାଦ୍ୱାରା ନନ୍ଦନକାନନକୁ ବଦନାମ ହେବାକୁ ପଡିଥିଲା ।ଏତେବଡ ଘଟଣା ପରେ ବି କେହି ଶିକ୍ଷା ଗ୍ରହଣ କରିପାରିନଥିବାଭଳି ମନେ ହେଉଛି ।ଏଥର ବରିଷ୍ଟନାଗରିକମାନେ ବେଟାରିଚାଳିତଗାଡିର ଚାଳକମାନଙ୍କଦ୍ୱାରା ର୍ଦୁବ୍ୟବହାରର ଶିକାର ହୋଇଥିବାର ଅଭିଯୋଗ ହୋଇଛି । ଅତିଥି ଦେବୋଭବ ର ସଜ୍ଞାକୁ କିଭଳି ପାଳନ କରାଯାଉଛି ତାହା ଏହି ଘଟଣା ସ୍ପଷ୍ଟ ପ୍ରମାଣ କରୁଛି ।
ସୁଚନାମୂତାବକ ରବିବାର ଅପରାହ୍ନରେ ଉତ୍ତରପ୍ରଦେଶର ଆଗ୍ରା ଅଞ୍ଚଳରୁ ୧୦ଜଣ ବରିଷ୍ଠ ନାଗରିକ(ପର‌୍ୟ୍ୟଟକ) ନନ୍ଦନକାନନ ବୁଲିବାକୁ ଆସିଥିଲେ।ସେମାନେ ଟିକଟ କାଟି ପ୍ରାଣୀଉଦ୍ୟାନ ଭିତରକୁ ପ୍ରବେଶ କରିଥିଲେ। ଜୀବଜନ୍ତୁଙ୍କୁ ଦେଖିବା ପାଇଁ ବେଟାରୀଚାଳିତ ଗାଡିରେ ଟିକଟ କରି ବୁଲୁଥିଲେ। ବାଘ ଦେଖିସାରିବା ପରେ ପୁଣି ଅନ୍ୟ ଏକ ବ୍ୟାଟେରି ଗାଡିରେ ବସିବାକୁ ଗଲାବେଳେ ସେଠାରେ ଥିବା ବ୍ୟାଟେରି ଚାଳିତଗାଡି କର୍ମଚାରୀମାନେ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲା ।ବେଟାରୀଚାଳିତଗାଡିରେ ଯିବାପାଇଁ ସେମାନଙ୍କ ପାଖରେ ଟିକେଟ ଥିବାର କହିଥିଲେ ମଧ୍ୟ ଚାଳକ ଶୁଣିନଥିଲେ ।ଗାଡିନବସି ଧାଡିରେ ଆସିବାକୁ ତାଗିଦ୍ କରିଥିଲେ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ପାଖରେ ଥିବା ଅନ୍ୟ ଚାଳକମାନେ ଆସି ପର୍ଯ୍ୟଟକମାନଙ୍କୁ ର୍ଦୁବ୍ୟବହାର କରିଥିଲେ ।ନିରୁପାୟ ହୋଇ ବରିଷ୍ଟନାଗରିକମାନେ ଚାଲିଚାଲିଆସି ପ୍ରବେଶପଥ ପାଖରେ ଥିବା ସିକୁରିଟିବିଭାଗ ରେଞର ଜେ.ଏଫ.ଖାନଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗକୁ ଭିତ୍ତିକରି ରେଞର ବ୍ୟାଟେରିଚାଳିତ ଗାଡି ମାଲିକଙ୍କୁ ଡାକି ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ କରାଇଥିଲେ। ପରେ ପର‌୍ୟ୍ୟଟକମାନେ ନିଜର ଅସନ୍ତୋଷ ପାଇଁ ନନ୍ଦନକାନନ ଅଭିଯୋଗ ବାକ୍ସରେ ସେମାନଙ୍କର ଅଭିଯୋଗ ପତ୍ର ପକାଇ ଖରାପ ଚିନ୍ତାଧାରା ନେଇ ଫେରିଥିଲେ ।

 

Leave A Reply

Your email address will not be published.