ନରକଙ୍କାଳ ଉପରୁ ଉଠିଲା ପରଦା

ଗୁଣିଗାରେଡି ପାଇଁ ହୋଇଥିଲାହତ୍ୟା,୨ଗିରଫ

ମେଣ୍ଢାଶାଳ,୧ା୧୧(ଏସଏସନିଉଜ)ଶୁକ୍ରବାର ଦିନ ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ୨୪ ଘଣ୍ଟା ନପୁରୁଣୁ ପର୍ଦ୍ଦାଫାସ କରିଛି ଚନ୍ଦକା ପୋଲିସ । ଗୁଣିଗାରେଡିକୁ ସନ୍ଦେହ କରି ବୃଦ୍ଧଙ୍କୁ ହତ୍ୟା କରିଥିବା ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ଚନ୍ଦକା ଥାନା ଅର୍ନ୍ତଗତ ପିତାଗାଡିଆ ଗ୍ରାମର କହ୍ନେଇ ହେମ୍ରମ (୨୭) ଓ ତାର ସହଯୋଗୀ ରାମ ସମଦା (୨୫) ବୋଲି ସୂଚନା ମିଳିଛି । ଉଭୟ ଅଭିଯୁକ୍ତକୁ ଧରି ଶନିବାର ଦିନ କ୍ରାଇମ୍ ସିନ୍‌ ରିକ୍ରିଏସନ୍ କରିଛି ଚନ୍ଦକା ପୋଲିସ ।
ସୂଚନାଯୋଗ୍ୟ ଯେ, ଚନ୍ଦକା ଜଙ୍ଗଲ କୁମାରଖୁଣ୍ଟି ପାଖ ଜଙ୍ଗଲରୁ ଶୁକ୍ରବାର ଠାବ ହୋଇଥିଲା ନର କଙ୍କାଳ । ନରକଙ୍କାଳରେ ପଡିଥିବା ଚେନକୁ ଦେଖି ନିଖୋଜ ଥିବା ପିତାଗାଡିଆ ଗ୍ରାମର ବଳରାମ ଦେଓଗାମ୍‌ଙ୍କର ବୋଲି ପରିବାରଲୋକ ଦାବୀ କରିଥିଲେ ।ସେପ୍ଟେମ୍ବର ୩୦ତାରିଖରୁ ବଳରାମ ଧାନବିଲକୁ ଜଗିବାକୁ ଯାଇ ନିଖୋଜ ରହିଥିଲେ ମଧ୍ୟ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇନଥିଲେ । ବନବିଭାଗଠାରୁ ସୁଚନା ପାଇ ସାଇଣ୍ଟିଫିକ୍ ଟିମ୍ ଓ ଚନ୍ଦକା ପୋଲିସ ଘଟଣାସ୍ଥାଳରେ ପହଞ୍ଚି ମାଟିଖୋଳି କଙ୍କାଳ ଜବତ କରିବା ସହ ଥାନା ଅଧିକାରୀଣୀ ସମିତା ମିଶ୍ର ହତ୍ୟା ସନ୍ଦେହ କରି ତଦନ୍ତ ଜାରି ରଖିଥିଲେ।ପରିବାରଲୋକଙ୍କୁ ଡାକି ସେମାନଙ୍କୁ ପଚରାଉଚରାପରେ ସେମାନଙ୍କ କତାରେ ତାଳମେଳ ନରହିବାସହ ସେମାନଙ୍କ କଥାରୁ ପୋଲିସକୁ ସୁରାକ ମିଳିଥିଲା । ବଳରାମ ଗୁଣିଗାରେଡି ଜାଣିଥିବାର ପରିବାରଲୋକଙ୍କଠାରୁ ପୋଲିସ ଜାଣିବାକୁ ପାଇଥିଲା ।ଗୁଣିଗାରେଡିକୁ ଆଧାର କରି ପୋଲିସ ଏହି ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଥିଲା ।ଶନିବାର ଦିନ ବିଶେଷ ସୂତ୍ରରୁ ସୂଚନା ପାଇ ଅଭିଯୁକ୍ତକୁ ଧରିବାରେ ମଧ୍ୟ ପୋଲିସ ସକ୍ଷମ ହୋଇଥିଲେ ।
ପିତାଗାଡିଆ ଗ୍ରାମର ଅଭିଯୁକ୍ତ କହ୍ନେଇ ହେମ୍ରମର ବାପା ପର୍ଶୁରାମକୁ ଗୁଣିକରି ବଳରାମ ମାରିଥିବା ସନ୍ଦେହ କରି ରାଗ ସୁଜାଇବାପାଇଁ ମଉକା ଖୋଜୁଥିଲା କହ୍ନେଇ ।ସେହିଭଳିଭାବେ ଅନ୍ୟଜଣେ ଅଭିଯୁକ୍ତ ରାମର ବାପାକୁ ମଧ୍ୟ ବଳରାମ ଗୁଣିକରି ମାରିଥିବାର ସେ ସନେ୍ଦହ କରିଥିଲେ ।ଉଭୟ ଏକାଠି ହୋଇ ବଳରାମକୁ ପାନେଦେବାକୁ ନିଷ୍ପତି ନେଇଥିଲେ ।ଗାଁରେ ହୋଇଥିବା ଏକ ଏକୋଇଶା ଭୋଜିରେ ବଳରାମକୁ ଦେଖି ଉଭୟ ସେଠାରୁ ଅପହରଣକରି ଜଙ୍ଗଲ ମଧ୍ୟକୁ ନେଇଯାଇଥରଲେ ।ସେଠାରେ ବେଖରେ ଗାମୁଛାବାନ୍ଧି ଓ ଲଠିସାହାର୍ଯ୍ୟରେ ଆକ୍ରମଣକରି ହତ୍ୟା କରିଥିଲୋ ହତ୍ୟାକରିସାରିବାପରେ ପୋତିଦେଇଥିଲେ ବୋଲି ପୋଲିସ ଆଗରେ ଉଭୟ ସ୍ୱିକାର କରିଛନ୍ତି ।ପୋଲିସ ଘଟଣାସ୍ଥଳଠାରୁ ଅଳ୍ପଦୁରରେ ଥିବା ଏକ ପୋଖରୀ ପାଖରୁ ଲାଠି,ପାଣିବୋତଲ ଓ ଟର୍ଚ୍ଚକୁ ଜବତକରି ୪୮୭/୨୫ କେସ ନାମ୍ବରରେ ଏକ ହତ୍ୟା ମାମଲା ରୁଜୁକରି କହ୍ନେଇ ଓ ତାର ସହଯୋଗୀ ରାମଙ୍କୁ ଶନିବାର କୋର୍ଟଚାଳଣ କରିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.