ନଭେମ୍ବରମାସ ୦୩ତାରିଖ ୨୦୨୫ମସିହା (ସୋମବାର)କାର୍ତ୍ତିକମାସ- ଶୁକ୍ଳ ,ତିଥି-ତ୍ରୟୋଦଶୀ ରାତ୍ରି ଘ୦୧/୫୭ ଗତେ ଚତୁର୍ଦ୍ଦଶୀ ,ନକ୍ଷତ୍ର-ଉତ୍ତରଭାଦ୍ର ଦିବା ଘ୦୩/୩୧୨ଗତେ ରେବତୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୩/୪୪ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୧୦ ,ଯୋଗିନୀ ଦକ୍ଷିଣେ ରାତ୍ରିଘ୦୧/୫୭ ଗତେ ପଶ୍ଚିମେ ,ଧନୁରାଶିର ଘତଚନ୍ଦ୍ର ,ମିଥୁନରାଶିର ଘାତବାର ,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା-ଦିବା ଘ୦୭/୧୮ଗତେ ଘ୦୮/୪୫ ମଧ୍ୟେ ,ବାରବେଳା-ଦିବା ଘ୦୨/୨୦ଗତେ ଘ୦୩/୪୬ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୭ମଧ୍ୟେ ଓ ଘ୦୯/୦୪ଗତେ ଘ୧୧/୨୬ ମଧ୍ୟେ ଓ ରାତ୍ରି ଘ୦୭/୪୫ ଗତେ ଘ୧୧/୫୨ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି ,ଅଦ୍ୟ ବାଇଗଣଭକ୍ଷଣ ନିଷେଧ।
ମେଷ:-ସମସ୍ତଙ୍କୁ ସାଙ୍ଗରେନେଇ ଆଗକୁ ବଢ଼ିବାନିଷ୍ପତି ସଫଳ ସାବ୍ୟସ୍ତହେବ। କ୍ୟାରିଅର ଗଢ଼ିବାଲାଗି ଭଲସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
ବୃଷ:-ପ୍ରଭୁଙ୍କକୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ:-ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ୟ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସିଂହ:-ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
କନ୍ୟା:-ଆର୍ଥିକଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
ତୁଳା:-କାମଧନ୍ଦାମାମଲାରେ ପରିସ୍ଥିତି ବଢ଼ିଆରହିବ।ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁରଲାଭ ମିଳିବ।ଖେଳାଳିମାନେ ସୁନାମଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲଖବର ଶୁଣାଇବେ।ପାରିବାରିକ ଜୀବନ ସୁଖମୟ ହେବ।
ବିଛା:-ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
ଧନୁ:-କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
ମକର;- ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
କୁମ୍ଭ:-ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇଭଉଣୀଙ୍କ ସହଯୋଗପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲସଉଦା ହେବାର ସମ୍ଭାବନା।ପ୍ରିୟତମଙ୍କଠାରୁ ଉପହାର ପାଇବେ।
ମୀନ:-ଦିନଟି ଆପଣଙ୍କପାଇଁ ଉତ୍ଥାନ ପତନ ଲାଗିରହିବ। ବ୍ୟବସାୟରେ ପ୍ରତିଯୋଗୀମନୋଭାବ ପରିତ୍ୟାଗ କରନ୍ତୁ। ପିଲାଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ।ବୈବାହିକଜୀବନ ଖୁସିରେ ଭରା ରହିବ।

ନିତ୍ୟ ତୁଳସୀପୂଜା ବିଧି.. ..
ତୁଳସିଗଛରେ ସବୁପ୍ରକାର ଦେବୀଦେବତାଙ୍କ ବାସ ହୋଇଥାଏ ବୋଲି କୁହାଯାଇଛି ।ଶାସ୍ତ୍ରଅନୁଯାଇ ସବୁ ହିନ୍ଦୁମାନଙ୍କ ଘରେ ତୁଳସୀ ରହିବା ବହୁତ ଆବଶ୍ୟକ ଅଟେ, ଯେଉଁଘରେ ପ୍ରତିଦିନ ତୁଳସୀପୂଜା କରାଯାଇଥାଏ ,ସେହିଘର ଉପରେ ଭଗବାନବିଷ୍ଣୁ ଓ ମାତାଲକ୍ଷ୍ମୀଙ୍କ ଅସିମ କୃପା ହୋଇଥାଏ ।ଆଜି ତୁଳସୀ ପୂଜା ଓ ଗଛ ଲଗେଇବା ବିଷୟରେ କିଛି ବିଶେଷ କଥା ଜାଣିବା । ତୁଳସୀଗଛ ଘରଅଗଣାରେ ରହିଲେ ବହୁତ ଶୁଭ ହୋଇଥାଏ ।ଯଦି ଆପଣଙ୍କ ଅଗଣା ନାହିଁ ତେବେ ଆପଣ ବାଲକୋନୀରେ ମଧ୍ୟ ତୁଳସୀଗଛ ରଖି ପାରିବେ । ଏହାକୁ ସବୁଦିନ ସଫାକରନ୍ତୁ ଓ ସକାଳେ ସ୍ନାନ ଇତ୍ୟାଦି ସମାପ୍ତ କରିବାପରେ ମାତା ତୁଳସୀଙ୍କପାଖରେ ଭୋଗ,ଜଳ,ଦୀପ,ସିନ୍ଦୁର,ଚନ୍ଦନ ଓ ସବୁପ୍ରକାର ପୂଜାସାମଗ୍ରୀ ନେଇ ରଖି ଦିଅନ୍ତୁ ।ଏହାପରେ ସର୍ବପ୍ରଥମେ ତୁଳସୀଙ୍କୁ ନମସ୍କାରକରି ଜଳ ଅର୍ପଣ କରନ୍ତୁ । ଧ୍ୟାନ ରଖିବେଯେ ଜଳ ଆପଣ କେବଳ ୩ଥର ତୁଳସୀଗଛ ମୂଳରେ ଦେବୋ ଯାହା ଜଳ ବଞ୍ଚିଯିବ ତାକୁ ଆପଣ ତୁଳସୀପତ୍ର ଉପରେ ପକାଇବୋଏହାପରେ ଆପଣ ଯେମିତି ସିନ୍ଦୁରଚନ୍ଦନ ଲଗାଇ ପୂଜାକରନ୍ତି ସେମିତି ପୂଜାକରନ୍ତୁ ।
ଦ୍ଵିତୀୟକଥା ଉପରେ ଧ୍ୟାନରଖିବା ଉଚିତଯେ ଦୀପ କେବଳ ଘିଅରେ ଲଗାନ୍ତୁ ଓ ଭୁଲରେ ବି ସୋରିଷତେଲରେ ତୁଳସୀମାତାଙ୍କୁ ଦୀପ ଦେଖାନ୍ତୁନାହିଁ ।
ତୁଳସୀପତ୍ର କେଉଁ ସମୟରେ ତୋଳିବା ଉଚିତ ଓ ଉଚିତ ନୁହଁ.. ପୁର୍ଣିମା, ଅମାବାସ୍ୟା,ଏକାଦଶୀ,ସନ୍ଧ୍ୟା ବା ମଧ୍ୟାନକାଳରେ ଏହିସବୁଦିନ ଓ ପର୍ବପର୍ବାଣି ବା ରବିବାର ଦିନ ଭୁଲରେ ବି ତୁଳସୀପତ୍ର ତୋଳିଲେ ଏହା ଶୁଭ ହୋଇନଥାଏ ।ତୁଳସୀପତ୍ର କେବେ ବାସୀ ହୋଇନଥାଏ ।ସେଥିପାଇଁ ଆପଣ ଆଗରୁ ତୁଳସୀପତ୍ର ତୋଳିକି ରଖନ୍ତୁ ।ଦେଖିବେ ଆପଣଙ୍କ ପୂଜା ସଫଳ ଆବଶ୍ୟ ହବ ।
ଏହାଛଡା ତୁଳସୀପାଖରେ କେବେ ଲୁଣୀଭୋଗ କରନ୍ତୁନାହିଁ ।କୌଣସିଭୋଗ ଯାହା ମିଠା ହୋଇଥାଏ ତାହା ମାତାତୁଳସୀଙ୍କ ପାଖରେ ଅର୍ପଣ କରିପାରିବେ ।ତୁଳସୀଗଛ ଗୋଟିଏ ବହୁତ ପୂଜନୀୟ ଏବଂ ସମ୍ମାନଯୋଗ୍ୟ ଗଛ ଅଟେ। ଏହାକୁ ମାଲକ୍ଷ୍ମୀଙ୍କ ସ୍ୱରୂପ ମାନି ନିଆଯାଇଛି।ଏହା ହିନ୍ଦୁଧର୍ମରେ ବହୁତ ମହତ୍ୱପୂର୍ଣ୍ଣଗଛ ଅଟେ। ତୁଳସୀଗଛ ପୂଜାଦ୍ୱାରା ଆମଘରେ ସୁଖସମୃଦ୍ଧି ଆସିଥାଏ।ଶ୍ରୀହରୀଙ୍କୁ ଆମେ ଯେଉଁଭୋଗ ଦେଇଥାଉ ସେହି ଭୋଗ କରିବାର କିଛି ମାନେନାହିଁ ଯଦି ତୁଳସୀପତ୍ର ପଡିନଥାଏ। ତୁଳସୀପତ୍ର ପଡିନଥିଲେ ଭଗବାନ ବିଷ୍ଣୁ ଏହାକୁ ସ୍ୱୀକାର କରି ନଥାନ୍ତି । ଯଦି ଆମେ ମିଠା ସହ ତୁଳସୀ ପତ୍ର ପକେଇଦେବା ଠାକୁର ପ୍ରସନ୍ନ ହୋଇଯାଆନ୍ତି। ଯେଉଁଘରେ ସବୁଦିନେ ତୁଳସୀଗଛକୁ ସମ୍ମାନର ସହ ଓ ଭକ୍ତିସହକାରେ ପୂଜାକରାଯାଏ ସେମାନଙ୍କ ଘରେ ଧନରଅଭାବ ରହିନଥାଏ।ଏହିଘରେ ସବୁବେଳେ ସକାରାତ୍ମକଭାବ ରହିଥାଏ।
ନିଜ ଘରେ ତୁଳସୀ ରଖିବାବେଳେ ବିଶେଷ କଥାର ଧ୍ୟାନରଖିବା ଉଚିତ। କେଉଁଠି ଓ କେମିତି ରଖୁଛେ । ଏହାବିନା ପୂଜା ପୂର୍ଣ ହୋଇନଥାଏ।ଯାହାଘରେ ତୁଳସୀ ଭରପୁର ରହିଥାଏ ସେହିଘରେ ସୁଖସମୃଦ୍ଧି ରହିଥାଏ।ସେହିଘରେ ସବୁବେଳେ ସୁଖର ଭଣ୍ଡାର ରହିଥାଏ।ଘରେ ଅସୁବିଧା ଦେଖାଦେବାପୁର୍ବରୁ ତୁଳସୀ ଶୁଖିବା ଆରମ୍ଭ କରିଥାଏ ।ତୁଳସୀପୂଜା ଆମେ ବିଧି ଅନୁସାରେ କଲେ ଘରେ ସବୁବେଳେ ସକାରାତ୍ମକଶକ୍ତି ଆସିଥାଏ।
ତୁଳସୀଗଛ ପାଖରେ ଆମେ କେଉଁଜିନିଷ ରଖିବାଉଚିତ ନୁହେଁ ..
ଯଦି ତୁଳସୀଗଛ ଆପଣଙ୍କ ଘରେଅଛି ,ତାହେଲେ ଆପଣଙ୍କୁ ଧ୍ୟାନଦେବେଯେ, ସେହି ଜାଗା ସଫା ହେଇଥିବା ଦରକାର।ସେଠି ରହିଥିବା ଅଶୁଦ୍ଧତାକୁ ଦୂର କରନ୍ତୁ।ଲୋକତ ସେଠି ଚପଲ ମଧ୍ୟ ଥୋଇଦିଅନ୍ତି।ଝାଡୁ ରହୁଥିବାସ୍ଥାନରେ ତୁଳସୀ ରହିବା ଉଚିତନୁହେଁ। ଯେପରି ଆମେ ମହାଲକ୍ଷ୍ମୀଙ୍କର ପୂଜା କରିଥାଉ ,ସେହିପରିଭାବେ ତୁଳସୀର ପୂଜାକରନ୍ତୁ। ତୁଳସୀଗଛ ପାଖରେ କୌଣସି କଣ୍ଟାଗଛ ରଖନ୍ତୁନାହିଁ।ତୁଳସୀଗଛ ପାଖରେ ଆପଣ ଫୁଲଗଛ ଲଗେଇ ପାରିବେ।ଆପଣ ଜଳରେ ଟିକେ କଞ୍ଚାଦୁଧ ମିଶାଇ ଦେଲେ ତୁଳସୀଗଛ ସବୁବେଳେ ସତେଜ ରହିଥାଏ।ଏହାଦ୍ୱାରା ବହୁତ ଶୁଭରହିବ ଏବଂ ଘରେ ସୁଖଶାନ୍ତି ଆସିଥାଏ।ସନ୍ଧ୍ୟାସମୟରେ ତୁଳସୀଗଛରେ ପାଣି ଦିଅନ୍ତୁନାହିଁ। ଏହାବ୍ୟତୀତ ଶୁଦ୍ଧ ଘିଅରଦୀପ ଜଳାନ୍ତୁ।ଆପଣ ସକାଳେ ପାଣି ଦେଇ ପାରିବେ।କେବେବି ଖୋଲା ଚୁଟିରେ ତୁଳସୀଗଛରେ ପାଣି ଦିଅନ୍ତୁନାହିଁ। କୌଣସି ବି ପୂଜା ଖୋଲା ଚୁଟିରେ କରିବା ଉଚିତ ନୁହେଁ।ସବୁବେଳେ ଚୁଟିବାନ୍ଧିକି ଓ ସିନ୍ଦୁରପିନ୍ଧିକି ପୂଜାକରିବାପ୍ରତି ମହିଳାମାନେ ବିଶେଷ ଧ୍ୟାନରଖିବା ଉଚିତ।ଯାହାଦ୍ୱାରା ଆପଣଙ୍କର ସୌଭାଗ୍ୟରେ ବୁଦ୍ଧି ହୋଇଥାଏ।
କାର୍ତ୍ତିକମାସର ଶୁକ୍ଳପକ୍ଷର ଦେବଉଠନୀଏକାଦଶୀରେ ତୁଳସୀବିବାହ କରା ଯାଇଥାଏ।ଏହିଦିନ ଭଗବାନବିଷ୍ଣୁଙ୍କ ଶାଳଗ୍ରାମସ୍ୱରୂପ ସହ ତୁଳସୀଙ୍କ ବିବାହ ହୋଇଥାଏ।ତୁଳସୀବିବାହ କରାଇବା,କନ୍ୟାଦାନ କରାଇବା ପୁଣ୍ୟ ସହ ସମାନ ବୋଲି କୁହାଯାଏ।ଏପରି କରିବାଦ୍ୱାରା ଗୃହରେ ସୁଖ, ସମୃଦ୍ଧି, ବୈଭବ- ମଙ୍ଗଳ ବିରାଜିତ ହୋଇଥାଏ।ଭଗବାନଙ୍କୁ ତୁଳସୀଜଳ ଅର୍ପଣକରିବାଦ୍ୱାରା ଖୁବ ଶୁଭଫଳପ୍ରାପ୍ତି ହୋଇଥାଏ।ପଦ୍ମପୁରାଣ ଅନୁଯାୟୀ, ତୁଳସୀବୃକ୍ଷରେ ସାକ୍ଷାତ ଦେବତା ବାସକରିଥାଆନ୍ତି।ଯେଉଁଭୋଗରେ ତୁଳସୀ ପ୍ରୟୋଗ କରାଯାଏନାହିଁ, ତାହା ଭଗବାନ ସ୍ୱୀକାର କରନ୍ତିନାହିଁ ବୋଲି ମାନ୍ୟତାରହିଛି।(ପୌରାଣିକ କଥା)!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

