ଅଲେଖ ମହିମା ଆଶ୍ରମରେ ଏକାଠି ହେଲେ ମହିମାଧର୍ମି ଭକ୍ତ

ଭୁବନେଶ୍ଵର,୨।୧୧(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଇଞ୍ଜଣା ଗ୍ରାମମୁଣ୍ଡରେ ଥିବା ଅଲେଖ ମହିମା ଆଶ୍ରମ ପ୍ରାଙ୍ଗଣରେ ବାର୍ଷିକ ମହୋତ୍ସବ ରବିବାର ଅନୁଷ୍ଟିତ ହୋଇଯାଇଛି।ଏହି ଉପଲକ୍ଷେ ରବିବାର ସନ୍ଧ୍ୟାରେ ଅଖଣ୍ଡବତି ଓ ଝାଡବତି ପ୍ରଜ୍ବଳନ ଏବଂ ବ୍ରହ୍ମଧ୍ଵନି ସ୍ଥାପନ କରାଯାଇଥିଲା। ଏହାପରେ ଅହୋରାତ୍ର ଭଜନ ସମାରୋହ ହୋଇଥିଲା ।ମୁଷମ୍ବର ବାବା, ଜୟରାମ ବାବା, ଗଙ୍ଗାଧର ବାବା ,ଲୋକନାଥ ବାବାଙ୍କ ସହ ସାଧୁ ବୈରାଗୀମାନେ ଯୋଗଦେଇ ଜଗତ କଲ୍ୟାଣ ପାଇଁ ସମବେତ ପ୍ରାର୍ଥନା ଓ ଭଜନ ସମାରୋହରେ ସାମିଲ ହୋଇଥିଲେ।ଏଥିରେ ଆଖପାଖ ଅଂଚଳର ବହୁ ମହିମାଧର୍ମୀ ଭକ୍ତମାନେ ଉପସ୍ଥିତଥିଲେ।ବିଜେପିନେତା ଗୋଲେଖ ମହାପାତ୍ରଙ୍କ ସମେତ ବହୁ ରାଜନେତା, ମୂରବୀ,ଲୋକପ୍ରତିନିଧିମାନେ ଯୋଗ ଦେଇଥିଲେ।ଇଞ୍ଜଣା ଗ୍ରାମ୍ୟ କମିଟି ସଭାପତି ପ୍ରଦୀପ କୁମାର ଦାସ ଓ ସମସ୍ତ ସଭ୍ୟମାନେ ଏହାକୁ ପରିଚାଳନା କରିଥିଲେ।

- Advertisement -

Leave A Reply

Your email address will not be published.