ନରସିଂହପୁରରୁ ଧରାହେଲା ଚୋରା ଦେଶୀ ବନ୍ଧୁକ ,ଗିରଫ ହେଲେ ଶିକାରୀ

0 398

ନରସିଂହପୁର ୧୦/୫(ଏସ ଏସ ନିୟୁଜ)ନରସିଂହ ପୁର ବନବିଭାଗ ଜଙ୍ଗଲରୁ ଶିକାର କରି ଘରେ ବ୍ୟବସାୟ କରିବାକୁ ଉଦ୍ୟମ କରୁଥିବାବେଳ ଶିକାରୀ ସହ ମାଂସ ଓ ବନ୍ଧୁକ କୁ ଜବତ କରିଛି।କଟକ ଜିଲ୍ଲା ନରସିଂହପୁର ବନବିଭାଗ ର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ବାଲିକିଆରୀ ରେଞ୍ଜ ରୁ କୁଟୁରା କୁ ମାରି ବାଲିକିଆରୀ ଗ୍ରାମର ସତ୍ୟବାଦୀ ବେହେରା ନିଜ ଘରେ ବ୍ୟବସାୟ କରୁଥିଲା। କୌଣସି ସୂତ୍ରରୁ ଖବର ପାଇ ନରସିଂହପୁର ପଶ୍ଚିମ ବନାଞ୍ଚଳର କର୍ମଚାରୀ ମାନେ ୧୦କେଜି କୁଟୁରା ମାଂସ ଓ ଚୋରା ଦେଶୀ ବନ୍ଧୁକ ସହିତ ଜଣେ ଶିକାରୀ ଗିରଫ ହୋଇଛି।ଗିରଫ କରିଛନ୍ତି ନରସିଂହପୁର ପଶ୍ଚିମ ବନାଞ୍ଚଳ ରେଞ୍ଜର ଅଶୋକ କୁମାର ବେହେରା।ସୂଚନା ଅନୁଯାୟୀ ବାଲିକିଆରୀ ଗ୍ରାମର ସତ୍ୟବାଦୀ ବେହେରା ନିଜ ପାଖରେ ରଖିଥିବା ଏକ ଚୋରା ଦେଶୀ ବନ୍ଧୁକ ରେ କୁଟୁରା ଶିକାର କରି ଘରକୁ ଆଣିଥିଲା।ବିଶେଷ ସୂତ୍ରରୁ ଖବର ପାଇ ପଶ୍ଚିମାଞ୍ଚଳ ବନ ଅଧିକାରୀ ମାନେ ସତ୍ୟବାଦୀକୁ ତା ଘରେ ଗିରଫ କରିବାସହ ମାଂସ କାଟୁଥିବା ବେଳେ ୧୦କେଜି ମାଂସ ସହ ଏକ ଚୋରା ଦେଶୀ ବନ୍ଧୁକ ଜବତ କରିଛନ୍ତି।

Leave A Reply

Your email address will not be published.