ନିଆଁଲାଗି ଜଳିଗଲା ୨ବଖରାଚାଳଘର

0 150

ବାରଙ୍ଗ,୨୭ା୨(ଏସ ଏସ ନିଉଜ) ରବିବାର ବିଳମ୍ବିତରାତିରେ ବାରଙ୍ଗବ୍ଲକ ଅର୍ନ୍ତଗତ ଦାଢ଼ାପାଟଣାପଞ୍ଚାୟତର ମଧୁସୂଦନପୁର ଗ୍ରାମର ଅଗ୍ନିକାଣ୍ଡଘଟି ୨ବଖରା ଚାଳଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଏହିଗ୍ରାମର ଜୟରାମଦାସଙ୍କ ସୂଚନା ମୁତାବକ ରବିବାରରାତିରେ ଜୟରାମ ତାଙ୍କପରିବାର ଲୋକଙ୍କସହ ଘରେ ଶୋଇଥିବା ସମୟରେ ରାତି ପ୍ରାୟ ୧.୩୦ସମୟରେ ଚାଳଘରେ ନିଆଁ ଲାଗିଯାଇଥିବା ଜାଣିବାକୁ ପାଇଥିଲେ। ହଠାତ ପରିବାର ସମସ୍ତସଦସ୍ୟ ଘରୁ ବାହାରକୁ ଚାଲିଆସିଥିଲେ।ଫଳରେ ଏକ ବଡ଼ ଘଟଣରୁ ସମସ୍ତେ ବର୍ତ୍ତି ଯାଇଛନ୍ତି। ତାଙ୍କ ଚିତ୍କାର ଶୁଣି ପାଖପଡୋଶୀ ଆସି ନିଆଁ ଲିଭାଇବାକୁ ଉଦ୍ୟମ କରିବାସହ ଦମକଳ ବାହିନୀକୁ ଖବର ଦେଇଥିଲେ।ଖବରପାଇ ବାରଙ୍ଗରୁ ଦମକଳ ଆସିବାବେଳକୁ ଗ୍ରାମବାସୀଙ୍କ ସହଯୋଗରେ ଜୟରାମ ନିଆଁକୁ ଆୟତ୍ତ କରିଦେଇଥିଲେ।ଏଥିରେ ତାଙ୍କର ବହୁ ଆସବାସପତ୍ର ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି।ନିଆଁ ଲାଗିବା ଯୋଗୁ ଜୟରାମ ଆହତ ହୋଇଛନ୍ତି।ଜୟରାମ ଜଣେ ଦିନମଜୁରିଆ ଭାବେ କାର୍ଯ୍ୟକରୁଥିବାରୁ ତାଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.