ନିଆଁରେ ଘିଅ ଢାଳିଲେ ସାଂସଦ

ଖବର ଆଜିର,ତାରିଖ ୧୨-୦୯-୨୦୨୧/ରବିବାର

0 351

୧-ମା ସମଲେଶ୍ୱରୀ ମନ୍ଦିରରେ ଆରମ୍ଭ ହେଲା ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ । ଭର୍ଚୁଆଲ୍ ମୋଡରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।
୨-ଡବଲ୍ ଡୋଜ୍ ଟିକା ନେଲେ ୧୧ ଗୁଣା କମୁଛି ମୃତ୍ୟୁ ଆଶଙ୍କା: ରିପୋର୍ଟ ।
୩-ନୂଆଖାଇରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା, ୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଗଲା ୭୪୩ କୋଟି ।
୪-ଦାଖଲ-ଖାରଜ ବା ମ୍ୟୁଟେସନର ଅର୍ଥ ନୁହେଁ ମାଲିକାନା ହକ୍ : ସୁପ୍ରିମକୋର୍ଟ ।
୫-ଏକ ଅପ୍ରତ୍ୟାଶିତ ରାଜନୈତିକ ଘଟଣାକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଶନିବାର ଇସ୍ତଫା ଦେଇଛନ୍ତି।
୬-ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାର ତଦନ୍ତ କରିବ କମିଶନରେଟ୍ ପୋଲିସ । ହେଲେ ପ୍ରଶ୍ନ, ଆତ୍ମହତ୍ୟା ପାଇଁ ଦୁଷ୍ମନ୍ତଙ୍କୁ କେହି ଉସୁକାଇଥିଲେ କି?
୭-ୟୁପି ବିଧାନସଭା ନିର୍ବାଚନ ଲଢିବ ଶିବସେନା, ସବୁ ଆସନ ପାଇଁ ପ୍ରାର୍ଥୀ ଦେବାକୁ ଉଦ୍ଧବ ଠାକରେଙ୍କ ଘୋଷଣା ।
୮-ନିଆଁରେ ଘିଅ ଢାଳିଲେ କଟକ ସାଂସଦ । ଭର୍ତ୍ତୃହରି କହିଲେ, ମୂର୍ତ୍ତି ଛୋଟ ହେବା ଅର୍ଥ ପୂଜାରେ ବିଘ୍ନ ।
୯-ଦୁର୍ଗାମୂର୍ତ୍ତି ଉଚ୍ଚତା ବଢିବା ନେଇ କଟକ ଶାନ୍ତି କମିଟି ବୈଠକରେ ଅଶାନ୍ତି । ସରକାରଙ୍କ ନିଷ୍ପତ୍ତି ବିରୋଧରେ ହୋ ହଲ୍ଲା, ନାରାବାଜୀ ।
୧୦-ଆଇପିଏଲ ୨୦୨୧ : ଆବୁଧାବିରେ ପହଞ୍ଚିଲେ ୩ଭାରତୀୟ ଖେଳାଳି, ସମସ୍ତଙ୍କର କରୋନା ରିପୋର୍ଟ ନେଗେଟିଭ ।
୧୧-ଭାସୁଛି ଦିଲ୍ଲୀ: ବର୍ଷା ଭାଙ୍ଗିଲା ୧୨୧ ବର୍ଷର ରେକର୍ଡ, ଆଜି ଯାଏଁ ଛେଚିବ ।
୧୨-ମହେନ୍ଦ୍ରଗିରି ଓ ଚନ୍ଦ୍ରଗିରି ଓଡ଼ିଶା ପର୍ଯ୍ୟଟନ ସର୍କିଟ ସହ ସଂଯୁକ୍ତ ହେବ: ମୁଖ୍ୟ ଶାସନ ସଚିବ ।
୧୩-ବିବାହିତ ମହିଳାଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଇଣ୍ଟରନେଟରୁ ହଟାଇବା ପାଇଁ ପଦକ୍ଷେପ ନେବାକୁ ଦିଲ୍ଲୀ ହାଇକୋର୍ଟ ଗୁଗୁଲ, ୟୁଟ୍ୟୁବ, ଦିଲ୍ଲୀ ପୁଲିସର ସାଇବର ସେଲ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
୧୪-ଗୁରୁମନ୍ତ୍ର ମନେପକାଇଲେ ସୁନାପୁଅ ପ୍ରମୋଦ ଭଗତ । କହିଲେ ରାଗ ଉପରେ ନିୟନ୍ତ୍ରଣ ରଖିବାର ସୂତ୍ର ଶିଖାଇଛନ୍ତି ତେନ୍ଦୁଲକର ।
୧୫-ଆଜି ନିଟ୍‌-ୟୁଜି ପରୀକ୍ଷା, ଓଡ଼ିଶାର ୧୬ ସହରରେ ୮୩ ପରୀକ୍ଷା କେନ୍ଦ୍ର ଓଡ଼ିଶାରେ ୩୭ ହଜାର ପରୀକ୍ଷାର୍ଥୀ . ।
୧୬-ପଞ୍ଚମ ଟେଷ୍ଟ ବାତିଲ୍ ନେଇ ଆଇସିସିକୁ ଚିଠି ଲେଖିଲା ଇସିବି, ସିରିଜ୍ ଉପରେ ହୋଇପାରେ ଚୂଡାନ୍ତ ନିଷ୍ପତ୍ତି ।
୧୭-୧୮ ବର୍ଷ ପରେ ପାକିସ୍ତାନ ଗସ୍ତରେ ଆସିଲା ନ୍ୟୁଜିଲାଣ୍ଡ, କେନ ଓ୍ଵିଲିୟମସନ ବିନା ପଡିଆକୁ ଓହ୍ଲାଇବ ଦଳ ।
୧୮-ମୂର୍ତ୍ତି ଉଚ୍ଚତା ଓ ଭକ୍ତଙ୍କ ଦର୍ଶନ ପ୍ରସଙ୍ଗ : ନିଷ୍ପତ୍ତି ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ।
ପ୍ରତିଟି ଘଟଣାରୁ ଆମେ କିଛି ଶିଖିବା ଉଚିତ୍,ଆମେ ନିଜର କ୍ଷତି ପାଇଁ ଅନ୍ୟକୁ କେବେ ଦୋଷ ଦେବା ନାହିଁ,ଯଦି ଆମର କେହି କ୍ଷତି କରୁଛି ତ ସେ ସେତିକି ଦାୟୀ ନୁହେଁ ସେଥିପାଇଁ ଆମର ଦୁର୍ବଳତା ହିଁ ଅଧିକ ଦାୟୀ…🕉️ ସୁପ୍ରଭାତ 🕉️

Leave A Reply

Your email address will not be published.