ଆଜିର ଅନୁଚିନ୍ତା

ତାରିଖ : ୧୨/୦୯/୨୦୨୧,ରବିବାର

0 484

ଆଜିର ନୀତିବାଣୀ
➡️”ଯଦି ସେବକ ସୁଖ ଚାହେଁ, ଭିକାରୀ ମାନ ଚାହେଁ,ବ୍ୟସନୀ ଧନ ଚାହେଁ, ବ୍ୟଭିଚାରୀ ମୁକ୍ତି ଚାହେଁ,ଲୋଭୀ ଯଶ ଚାହେଁ ତେବେ ଧରିନେବାକୁ ହେବ ଯେ ଏ ସମସ୍ତେ ଆକାଶରୁ ଦୁଗ୍ଧ ଦୋହନ କରିବାକୁ ଚାହୁଁଛନ୍ତି !!
➡️”ମଣିଷର ଅସଲ ଚରିତ୍ର ତେବେ ସାମ୍ନାକୁ ଆସିଥାଏ..ଯେବେ ସେ ନିଶାରେ ଥାଏ।ସେ ନିଶା ଧନର ନିଶା ହେଇଥାଉ, ପଦର ନିଶା ହୋଇଥାଉ ବା ମଦର ନିଶା ହୋଇଥାଉ !!
➡️”କୌଣସି ପୁସ୍ତକର ନିୟମ ଅନୁସାରେ ମୋ ଜୀବନକୁ ଅନୁପ୍ରାଣିତ କର ନାହିଁ। ନିଜ ଦୃଦୟର ନିଷ୍ପତ୍ତିରେ ହିଁ ଆଜି ପର୍ଯ୍ୟନ୍ତ ପରିଚାଳିତ ହୋଇଆସିଛି !!
➡️”ଶିକ୍ଷା ଲାଭକରି ଏହାର ଯଥା ଉପଯୋଗ ନକଲେ ଏହାର ମୂଲ୍ୟ ନଥାଏ। ଏଣୁ କାଗଜ ପତ୍ରର ସାର୍ଟିଫିକେଟ ପାଇଁ ବ୍ୟସ୍ତତାର କୌଣସି ମୂଲ୍ୟ ନାହିଁ !!
➡️”ଘରର ବାହାରକୁ ଯିବା ବେଳେ ଡାହାଣ ପଟରେ ତୁଳସୀ ଚଉରା ରହିବା ଆବଶ୍ୟକ !!
ଆଜିର ଅନୁଚିନ୍ତା
➡️”ଜୀବନରେ କିଛି କ୍ଷଣ ଏମିତି ବି ଆସି ଥାଏ ଯେତେବେଳେ କି ମନୁଷ୍ୟ ପାଖରେ ସବୁ କିଛି ଥାଇ ବି ହସିବା ଭୁଲି ଯାଇ ଥାଏ !!
➡️”ମନୁଷ୍ୟ ନିଜେ ହିଁ ନିଜ କର୍ମ ଦ୍ଵାରା ଦୁଃଖକୁ ଡାକି ଆଣିଥାଏ !!
➡️”ଜୀବନରେ କେବେହେଲେ କାହାରିକୁ ଦୋଷ ଦେବା ଉଚିତ୍ ନୁହେଁ । ” କାରଣ ଭଲ ଲୋକ ମାନଙ୍କ ଠାରୁ ଆମକୁ ଖୁସି ମିଳିଥାଏ ଖରାପ ଲୋକ ମାନଙ୍କ ଠାରୁ କିଛି ଶିଖିବାକୁ ମିଳିଥାଏ !!
➡️”ଯେଉଁ ଲୋକ ପାଖରେ ସତ କହିବାର ସାହସ ଥାଏ , ସେହି ବ୍ୟକ୍ତିକୁ ହିଁ ଅଧିକ ଲୋକ ଘୃଣା କରନ୍ତି !!
➡️”ଦୁନିଆରେ ସବୁଠୁ ସୁନ୍ଦର ମଣିଷ ସିଏ ହୋଇଥାଏ ଯିଏ ରାଗିଯିବା ପରେ ବି କେବଳ ଗୋଟିଏ ଛୋଟିଆ ହସରେ ମାନିଯାଏ !!
➡️”କୌଣସି ମଣିଷର ବର୍ତ୍ତମାନ ସ୍ଥିତି ଦେଖି ତାର ଭବିଷ୍ୟତର ଉପହାସ କରନ୍ତୁ ନାହିଁ କାରଣ ସମୟରେ ଏତେ ଶକ୍ତି ଥାଏ କି ଗୋଟିଏ ମାମୁଲି କୋଇଲାକୁ ହିରାରେ ବଦଳାଇପାରେ !!
➡️”ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି , ମୁଁ କାହାର ଭାଗ୍ୟ ତିଆରି କରେ ନାହିଁ । ମଣିଷ ନିଜେ ନିଜର ଭାଗ୍ୟ ତିଆରି କରିଥାଏ । ତୁମେ ଆଜି ଯାହା କରୁଛ ତାହାର ଫଳ ତୁମକୁ କାଲି ପ୍ରାପ୍ତ ହେବ ଏବଂ ଆଜି ଯାହା ତୁମର ଭାଗ୍ୟରେ ଅଛି ତାହା ପୂର୍ବରୁ କରାଯାଇଥିବା କର୍ମର ଫଳ । ସେଥିପାଇଁ ଜୀବନକୁ ଉପଭୋଗ କର । ନିଜେ ହସ ଓ ଅନ୍ୟକୁ ହସାଅ , ରାଗ ଓ ହିଂସା ଛାଡ଼ … କାରଣ ମଣିଷର ନିଶ୍ବାସକୁ ବି ଜଣା ନ ଥାଏ ଯେ ସେ ଫେରିବ କି ନାହିଁ !!
ଆଜିର ସୁବିଚାର
➡️”ସୁଖ ଓ ଦୁଃଖ ଭିତରେ ଅନେକ ତଫାତ ଦେଖୁବାକୁ ମିଳିଥାଏ । ମଣିଷ ପାଖରେ ସୁଖ ଥିଲେ ସେ କାହାକୁ ପଚାରେ ନାହିଁ କି ଖାତିର ବି କରେନାହିଁ । ଏପରିକି ତାର ନିଜର ପ୍ରିୟଜନ ମାନଙ୍କୁ ବି ସେ ପର କରିଦିଏ । ଦୁଃଖରେ ପଡିଲେ ମଣିଷ ସମସ୍ତଙ୍କୁ ଖୋଜିଥାଏ । ଏପରିକି ଦୀର୍ଘ ଦିନ ଧରି କାଟିଦେଇଥିବା ସମ୍ପର୍କକୁ ବି ଯୋଡିବାକୁ ଖୋଜି ବୁଲେ । ତେଣୁ ଦୁଖବେଳେ ଯେଉଁମାନେ ଲୋଡ଼ା ଶୁଖରେ ମଧ୍ୟ ସେମାନଙ୍କୁ ଆପଣାର କରି ରଖନ୍ତୁ !!
➡️”ସତ୍ୟ ଏକ ଏଭଳି ଧନ ଯାହାକୁ ପ୍ରଥମେ ଖର୍ଚ୍ଚ କରି ସାରା ଜୀବନ ଆନନ୍ଦ ପାଇବ , .. ମିଥ୍ୟା ଏକ ଏପରି ଋଣ ଯେଉଁଥିରେ କ୍ଷଣିକ ସୁଖ ପାଇ ଜୀବନ ସାରା ଶୁଝିବାକୁ ପଡେ !!
➡️”ମଣିଷ ବଡ ହୋଇଗଲେ ପିଲା ଦିନ ଭୁଲିଯାଏ ବିବାହ ପରେ ପିତାମାତାଙ୍କୁ , ପିଲା ଛୁଆ ହେଲା ପରେ ଭାଇ ଭଉଣିକୁ ଭୁଲିଯାଏ , ପଇସା ହୋଇଗଲେ ଗରିବକୁ ଭୁଲିଯାଏ ଆଉ ଯେତେବେଳେ ବୁଢ଼ା ହୋଇଯାଏ ସେତେବେଳେ ଭୁଲିଯାଇଥିବା ସମସ୍ତଙ୍କୁ ମନେପକାଇଥାଏ !!
➡️”ଯେଉଁ ମଣିଷ ଆପଣଙ୍କୁ ହୃଦୟରୁ ଭଲ ପାଏ ବା ଆପଣଙ୍କୁ ହରାଇବାର ଡରୁଥାଏ .. କେବଳ ସେହି ମଣିଷ ହିଁ ଆପଣଙ୍କ ଉପରେ ରାଗ ଅଭିମାନ କରିଥାଏ ଓ ନିଜର ଅଧିକାର ମାଗିଥାଏ … !!
➡️”ଏ ସଂସାରରେ ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ମଣିଷର ନିଜ ବୁଦ୍ଧି … ସବୁଠାରୁ ଭଲ ଅସ୍ତ୍ର ହେଉଛି ଧୌର୍ଯ୍ୟ , ସବୁଠାରୁ ଭଲ ସୁରକ୍ଷା ହେଉଛି ବିଶ୍ୱାସ ଏବଂ ସବୁଠାରୁ ଭଲ ଔଷଧ ହେଉଛି ହସ ଓ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏ ସବୁ ନିଶୁଳ୍କ ରେ ହିଁ ମିଳିଥାଏ !!
➡️”ମନରେ ନକାରାତ୍ମକ ଭାବନା ଆସୁଥିଲେ ନିଜ ଆଖି ବନ୍ଦ କରି ଭଗବାନ କିମ୍ବା ଆପଣଙ୍କ ଇଷ୍ଟ ଦେବ ଙ୍କୁ ସ୍ମରଣ କରନ୍ତୁ ଦେଖିବେ ଧୀରେ ଧୀରେ ସେହି ଭାବନା ଆପଣଙ୍କ ଠାରୁ ଦୂରେଇ ଯିବ !!🙏ଓଁ ସୂର୍ଯ୍ୟ ଦେବାୟ ନମଃ🙏ଶୁଭ ସକାଳ,ଷଷ୍ଠୀ ଓଷା,ସୋମନାଥ ବ୍ରତ ଆରମ୍ଭ, ଲଳିତାସପ୍ତମି ଓ କୁକକୁଟି ବ୍ରତ ,ଶୁଭ ରବିବାର.ଆଜି ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏.ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ

Leave A Reply

Your email address will not be published.