ନିଜ ଫଟୋ ଲଗାଇଲେ ମମତା

ଖବର ଆଜିର,ତାରିଖ ୦୫-୦୬-୨୦୨୧/ ଶନିବାର

0 882

୧-ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ, ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ – ମୁଖ୍ୟମନ୍ତ୍ରୀ
୨-୧୮ରୁ୪୪ ବର୍ଷ ବୟସ ବର୍ଗଙ୍କ ଦ୍ୱିତୀୟ ପାନ ଟିକାକରଣ : ୮ରୁ ବିଏମସିର ସ୍ୱତନ୍ତ୍ର ଅଭିଯାନ ।
୩-୫ ଜି ମାମଲା : ଜୁହି ଚାୱଲାଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । ଜୁହିଙ୍କ ଉପରେ ଲଗାଇଲେ ୨୦ ଲକ୍ଷ ଟଙ୍କାର ଜରିମାନା ।
୪-ହିତାଧିକାରୀଙ୍କୁ ଆଗୁଆ ମିଳିବ ୩ ମାସର ଭତ୍ତା । ଜୁନ୍, ଜୁଲାଇ, ଅଗଷ୍ଟ ମାସର ଭତ୍ତା ଆଗୁଆ ଦିଆଯିବ । ସୂଚନା ଦେଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
୫-ହରଦୀପଙ୍କ ବଡ ସୂଚନା- ଚଳିତ ବର୍ଷ ଶେଷ ସୁଦ୍ଧା ଘରୋଇକରଣ ହୋଇଯିବ ସରକାରୀ ଏୟାରଲାଇନ୍ ଏୟାର ଇଣ୍ଡିଆ ।
୬-ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
୭-ଭାରତରେ ଫସି ରହିଥିବା ବିଦେଶୀ ନାଗରିକଙ୍କ ଭିସାର ଅବଧି ବୃଦ୍ଧି, ଦେବାକୁ ପଡ଼ିବନି ଜରିମାନା
୮–କମ୍ବିଂ ବେଳେ କୋରାପୁଟ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ବିପୁଳ ବିସ୍ଫୋରକ ଜବତ,ଚିକାମ୍ବ ଜଙ୍ଗଲରୁ ବିସ୍ଫୋରକ ଜବତ କଲେ BSF ଯବାନ, ୪୭ଟି ଜିଲେଟିନ୍, ୪୨ଟି ଡିଟୋନେଟର, ୨ କେଜି ନଟବୋଲ୍ଟ,,୫୦ ମିଟର ବିଦ୍ୟୁତ୍‌ ତାର ଓ ୩ଟି ଷ୍ଟିଲ୍ ଟିଫିନ ଜବତ ।
୯-ଚିଠି ଲେଖି ନବୀନଙ୍କୁ ସମର୍ଥନ ଜଣାଇଲେ ପିନାରାଇ ବିଜୟନ୍, କେନ୍ଦ୍ର ଟିକା କିଣି ରାଜ୍ୟମାନଙ୍କୁ ଦେଉ ।
୧୦-ଭାରତର ହସ୍ତକ୍ଷେପ ପରେ ନରମିଲା ଆମେରିକା: ହଟାଇଲା ପ୍ରତିବନ୍ଧକ, ଖୁବଶୀଘ୍ର ଭାରତକୁ ପଠାଇବ ଭ୍ୟାକ୍ସିନ୍ ଓ କଞ୍ଚାମାଲ ।
୧୧-ଏୟାରଲିଫ୍ଟ ହୋଇ ଚେନ୍ନାଇର ଆପୋଲ ହସ୍ପିଟାଲ ଗଲେ ଅମ୍ରିତ୍ ପ୍ରଧାନ : ଚିକିତ୍ସା ଓ ଫୁସଫୁସ ପ୍ରତିରୋପଣ ପାଇଁ ଖର୍ଚ୍ଚ ହେବ ଦେଢ କୋଟିରୁ ଅଧିକ ।
୧୨-କାରଖାନାରୁ ଗ୍ୟାସ୍ ଲିକ୍, ମହାରାଷ୍ଟ୍ର ବଦଲାପୁରରେ ଆତଙ୍କ । ନିଶ୍ୱାସ ପ୍ରଶ୍ୱାସରେ ହେଉଛି କଷ୍ଟ, ଆତଙ୍କିତ ଅବସ୍ଥାରେ ଲୋକେ
୧୩-୨୪ ଜୁନରେ ଲଞ୍ଚ ହେବ Windowsର ପରବର୍ତ୍ତୀ ସଂସ୍କରଣ ।
୧୪-ଭ୍ୟାକସିନ ସାର୍ଟିଫିକେଟରୁ ମୋଦୀଙ୍କ ଫଟୋ ହଟାଇ ନିଜ ଫଟୋ ଲଗାଇଲେ ମମତା ବାନାର୍ଜୀ ।
୧୫-ସିବିଆଇ ଅଧିକାରୀଙ୍କୁ ଜିନ୍ସ, ଟି-ସାର୍ଟ ମନା ।
୧୬-ଅନାଥ  ଶିଶୁଙ୍କ  ଅଭିଭାବକ ହେବେ ଜିଲ୍ଲାପାଳ, ମାର୍ଗଦର୍ଶିକା ଜାରି କଲା କେନ୍ଦ୍ର ।
୧୭-ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆମର ଯୁବତାରକାଙ୍କ ସହିତ ୧୩୫ କୋଟି ଭାରତୀୟଙ୍କ ଶୁଭକାମନା ରହିବ : ପ୍ରଧାନମନ୍ତ୍ରୀ ।
୧୮-ସେରମ୍ ଇନଷ୍ଟିଚ୍ୟୁଟକୁ ମିଳିଲା ସ୍ଫୁଟନିକ-ଭିି ତିଆରି ଅନୁମତି । ଶୁଭ ସକାଳ,ସୁପ୍ରଭାତ।
[

Leave A Reply

Your email address will not be published.