ଆଜିର ଅନୁଚିନ୍ତା

ତାରିଖ - ୦୫:୦୬:୨୦୨୧ (ଶନିବାର )

0 911

➡️ଜୀବନରେ ସେ ହିଁ ସଫଳ ଯିଏ ତାଙ୍କ ବାପା ମାଆଙ୍କୁ ସମ୍ମାନ କରିବା ଜାଣେ ।
➡️ମୂର୍ଖ ଲୋକ ମାନେ ପଥର ଖଣ୍ଡକୁ ରତ୍ନ ବୋଲି ସିନା କହନ୍ତି, କିନ୍ତୁ ପୃଥିବୀରେ ମାତ୍ର ତିନିଟି ରତ୍ନ ଅଛି ! ତାହା ହେଲା- ଜଳ, ଅନ୍ନ ଓ ସୁବଚନ ।
➡️ ମଣିଷ ପ୍ରକୃତି ହେଉଛି କୁକୁର ଲାଙ୍ଗୁଡ ପରି । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏହା ଏମିତି ବଙ୍କା ଯେ ତାକୁ ସିଧା କରିବା ଭାରି କଷ୍ଟ ।
➡️ଏ ସଂସାରରେ ମଣିଷ ଜନ୍ମ ତ ଅନେକ ନେଇଛନ୍ତି କିନ୍ତୁ ପ୍ରକୃତ ଅର୍ଥରେ ମଣିଷ ଖୁବ କମ୍ ଜଣ ହୋଇ ପାରିଛନ୍ତି ।
➡️Phone ରେ କାହାକୁ Block କରିବା ବହୁତ ସହଜ ।କିନ୍ତୁ ହୃଦୟରୁ କାହାକୁ Block କରିବା ବହୁତ କଷ୍ଟ।

➡️”ପଥର ମାଠିଆକୁ ଆଘାତ କରୁ କି ମାଠିଆ ପଥରକୁ ଆଘାତ କରୁ ପରିଣାମ ମାଠିଆ ପକ୍ଷରେ ହିଁ କ୍ଷତିକାରକ , ଠିକ ସେହିପରି ଆପଣ ଦୁଷ୍ଟଲୋକଙ୍କ ସଂସ୍ପର୍ଶରେ ଆସନ୍ତୁ କି ସେମାନେ ଆପଣଙ୍କ ସଂସ୍ପର୍ଶରେ ଆସନ୍ତୁ କ୍ଷତି ଆପଣଙ୍କର !
➡️”ଜୀବନରେ ନେଉଥିବା ସମଗ୍ର ନିଷ୍ପତ୍ତି ଆମ ନିଜସ୍ୱ ହୋଇଥାଇପାରେ କିନ୍ତୁ କିଛି ନିଷ୍ପତ୍ତି ସମୟ ବି ନେଇଥାଏ , ଆଉ ସମୟ ନେଇଥିବା ନିଷ୍ପତ୍ତି ଜୀବନର ମୋଡ଼କୁ ସମ୍ପୂର୍ଣ୍ଣ ବଦଳେଇ ଦେଇଥାଏ !
➡️”ବୟସ ବଢିବା ସହ ଆମ ହାତରୁ ପେନସିଲ୍ ଛଡେଇ ନେଇ ପେନ୍ ଧରେଇ ଦିଅନ୍ତି , କାରଣ ଏହା ବୁଝେଇ ଦେବାକୁ ଯେ ଏବେ ଭୁଲ୍ କଲେ ଆଉ ଲିଭେଇ ହେବନାହିଁ
➡️”ଏହାର କୌଣସି ମୂଲ୍ୟ ନାହିଁ ଯେ ତୁମେ କେତେ ଧୀର ଗତିରେ କାମ କରୁଛ , ଯେ ପର୍ଯ୍ୟନ୍ତ ତୁମେ ଅଟକି ନାହଁ ସେ ପର୍ଯ୍ୟନ୍ତ ସଫଳତାର ଲକ୍ଷ ରହିଛି !
➡️”ସମସ୍ତଙ୍କ ଠାରୁ ସବୁ ଜିନିଷ ଆଶା କରିବା ଠିକ ନୁହେଁ , କାହିଁକିନା ଏଠି ଲୋକ ମୁହଁରେ ଗୋଟେ କଥା କୁହନ୍ତି କିନ୍ତୁ ମନରେ ଆଉ ଗୋଟିଏ କଥା ରଖୁଥାନ୍ତି !
➡️”ହସୁଥୁବା ମଣିଷର ହସ ମିଛ ହୋଇପାରେ , ସେଥିପାଇଁ ମଣିଷକୁ ଖାଲି ଦେଖନି ତାଙ୍କୁ ଟିକିଏ ବୁଝିବାକୁ ବି ଚେଷ୍ଟାକର !
ଆଜିର ସୁବିଚାର
➡️”କୋଇଲି ନିଜ ଭାଷା କହିଥାଏ ସେଥିପାଇଁ ସ୍ଵାଧୀନ ରହିଥାଏ କିନ୍ତୁ ଶୁଆ ଅନ୍ୟର ଭାଷା କହିଥାଏ ସେଥିପାଇଁ ସାରା ଜୀବନ ପିଞ୍ଜରା ଭିତରେ ରହିଥାଏ , ତେଣୁ ସବୁବେଳେ ନିଜ ଭାଷା , ନିଜ ବିଚାର ଆଉ ନିଜ ଉପରେ ବିଶ୍ୱାସ ରଖିବା ଉଚିତ୍ !
➡️”ଆମେ ଯଦି କାହା ଓଠରେ ଟିକେ ହସ ଦେଇ ପାରିବାନି ତାହାଲେ ତା ଆଖିରେ ଲୁହ ଦେବାର ଅଧିକାର ଆମର ନାହିଁ ! ଆମେ ଯଦି ବିନା ଦୋଷରେ କାହା ଆଖିରେ ଲୁହ ଟୋପାଏ ଦେଇଥିବା ତାହାଲେ ଭଗବାନ୍ ଆମ ଆଖିରେ ଦଶ ଟୋପା ଲୁହ ଭରିଦେବେ , ସେଥିପାଇଁ କୌଣସି କାରଣ ନ ଥାଇ କାହା ମନରେ ଅଯଥା କଷ୍ଟ ଦେବାନାହିଁ ! ନିଜେ ହସି ଅନ୍ୟକୁ ହସେଇବା … !
➡️”ଲେମ୍ବୁ ର କିଛି ବୁନ୍ଦା ଯେମିତି କ୍ଷୀର ଆଉ ପାଣିକୁ ଅଲଗା ଅଲଗା କରିଦିଏ ସେମିତି ପଇସାର କିଛିଟା ଅହଂକାର ବାପ – ପୁଅ ଭାଇ – ଭଉଣୀ ଆଉ ଭାଇ – ଭାଇ ଭିତରେ ଥୁବା ସ୍ନେହ ଶ୍ରଦ୍ଧା ସୁସମ୍ପର୍କକୁ ଅଲଗା କରିଦିଏ !
➡️”ଯଦି ଜୀବନରେ କିଛି ଭଗବାନଙ୍କ ଠାରୁ ମାଗିବାର ଅଛି ତ ” ମା ” ବାପାଙ୍କର ଲମ୍ବା ଆୟୁଷ ମାଗନ୍ତୁ । କାହିଁକି ନା ତୁମକୁ ଅଧିକ ଭଲପାଇବା ତାଙ୍କ ଠାରୁ ଅଧିକ ଆଉ କେହି ଦେଇ ପାରିବେ ନାହିଁ !
➡️”ନିଜ ସ୍ତ୍ରୀ ଭୁଲ୍ କଲେ ପରିବାରର ସମସ୍ତଙ୍କ ସାମ୍ନାରେ ଅପମାନ କରନ୍ତୁ ନାହିଁ । ତାଙ୍କୁ ବ୍ୟକ୍ତିଗତ ଭାବେ ବୁଝାନ୍ତୁ ଆଉ ଶିଖାନ୍ତୁ କିନ୍ତୁ ନିଜ ସ୍ତ୍ରୀକୁ ଅପମାନିତ ହେବାକୁ ଦିଅନ୍ତ ନାହିଁ ।କାରଣ ଏଇଠି ଲୁଚି ରହିଛି ଆପଣଙ୍କ ପୁରୁଷତ୍ୱ !
➡️”ଯିଏ ଆଜି ତୁମକୁ ଅବହେଳା କରୁଛନ୍ତି ଆଉ ଗୁରୁତ୍ବ ଦେଉନାହାନ୍ତି ଧୈର୍ଯ୍ୟ ଧର ଦିନେ ତୁମକୁ ହିଁ ସବୁଠାରୁ ବେଶି ଆବଶ୍ୟକ ମନେ କରିବେ !

ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ? ଜୟ ଜଗନ୍ନାଥ ?

Leave A Reply

Your email address will not be published.