ନିଖୋଜ ମୃତଦେହ କାଠଯୋଡିରୁ ଉଦ୍ଧାର

0 290

ବାରଙ୍ଗ,୮/୮(ଏସଏସନିୟୁଜ)କାଠଯୋଡ଼ି ନଦୀରେ ଭାସି ନିଖୋଜ ଥିବା ଆଉ ଜଣଙ୍କର ମୃତଦେହକୁ ସ୍ଥାନୀୟ ଲୋକମାନେ ରବିବାରଦିନ ସକାଳେ ଉଦ୍ଧାର କରିଛନ୍ତି । ମୃତକ ଜଣକ ହେଉଛନ୍ତି ସେକ୍ ସାଦୁ ଖାନ୍ (୧୮)।ଆଜି ସକାଳେ ନଦୀରେ ଭାସୁଥିବାର ଦେଖି ସ୍ଥାନୀୟ ମସ୍‌ଜିବୀମାନେ ଉଦ୍ଧାର କରିଥିଲେ । ଗତକାଲି କାଠଯୋଡିରେ ୪ ଜଣ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ସୁରକ୍ଷିତ କୂଳରେ ଲାଗିଥିବା ବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ୪ ଜଣ ନିକଟରେ ଥିବା ଏକ ପାଉରୁଟି କମ୍ପାନୀରେ କାମ କରୁଥିଲେ ।

Leave A Reply

Your email address will not be published.