ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

0 151

ସୁନ୍ଦରଗଡ ,୨୧/୪(ଏସଏସନିଉଜ) ସରକାରଙ୍କ ତରଫରୁ ମିଳିଥିବା ମାଗଣାରେ ବହିକୁ ପିଲାଙ୍କୁ ନବାଂଟି କବାଡି ବାଲାକୁ ବିକ୍ରି କରିବା ପ୍ରଧାନଶିକ୍ଷକଙ୍କ ପାଇଁ ମହଙ୍ଗା ପଡିଛି ।ଯାହାଫଳରେ ପ୍ରଧାନଶିକ୍ଷକଙ୍କୁ ଚାଲିରିରୁ ନିଳମ୍ବିତ ହେବାକୁ ପଡିଛି ।ଏହିଭଳ ଘଟଣା ସୁନ୍ଦରଗଡ ଜିଲ୍ଲା ଆଦିବାସୀ ଅଧୁସିତ କୋଇଡା ବ୍ଲକ ପାଟମୁଣ୍ଡା ପଞ୍ଚାୟତ ସର୍ଗିଗଡ଼ ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ବିଦ୍ୟାଳୟରେ ଘଟିଛି । ଗତକାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛନ୍ଦା ଚରଣ ସିଂ ୧୯-୨୦ , ୨୦-୨୧ , ୨୧-୨୨ ବର୍ଷର ବହି ଛାତ୍ରଛାତ୍ରୀଙ୍କୁ ବାଣ୍ଟିବା ବଦଳରେ କବାଡ଼ି ବାଲାକୁ ବିକିବା ବେଳେ ଅଟୋ ବୋଝେଇ ତିନି ହଜାରରୁ ଉର୍ଦ୍ଧ୍ବ ବହି ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିବା ଅଭିଯୋଗ ହୋଇଥିଲା ।ଏହାକୁ ତଦନ୍ତ କରି ବ୍ଲକ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକ ଛନ୍ଦା ଚରଣ ସିଂଙ୍କୁ ଚକାରୀରୁ ନିଲମ୍ବିତ କରିଛନ୍ତି ।

Leave A Reply

Your email address will not be published.