ନିଶା ମାଫିଆଙ୍କ କୋକୁଆଭୟ

ଆଜିର ଖବର,ତାରିଖ–15-11-2021 (ସୋମବାର)

0 244

୧. ନିଶା ମାଫିଆଙ୍କ କୋକୁଆଭୟ: ୧୦ ଦିନରେ ୭୮୩ ଜଣଙ୍କୁ ଜେଲ୍ ।
୨. ବିଶ୍ୱ କ୍ରିକେଟର ଏହି ତାଲିକାରେ ୩ ଖେଳାଳି:ବିଶ୍ୱକପ୍‌ ଜିତିଥିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି ହାଜେଲଉଡ୍‌ ଓ ମିଚେଲ ମାର୍ଶ ।
୩. ଆସନ୍ତା ଡିସେମ୍ବର ୧ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ଓ ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଗୃହରେ ଆଗତ ହେବ ।
୪. ପବିତ୍ର ଧର୍ମ ମାସ କାର୍ତ୍ତିକର ପଞ୍ଚକ ଆଜି (ସୋମବାର)ଠାରୁ ଆରମ୍ଭ ହେବ । ମହାପ୍ରଭୁଙ୍କ ହରି ଉତ୍ଥାପନ ନୀତି ମଧ୍ୟ ଅନୁଷ୍ଠିତ ହେବ। ଏଥିସହ ସୋମବାର ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ତଥା ଠିଆକିଆ ବେଶ ଅନୁଷ୍ଠିତ ହେବ ।
୫. ପଞ୍ଚୁକ ସୁରକ୍ଷା କଡ଼ା : ଶ୍ରୀକ୍ଷେତ୍ର ଜଗିବେ ୨୦ପ୍ଲାଟୁନ୍‌ ପୁଲିସ ।
୬. ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି ସ୍କୁଲ ଟ୍ରାନ୍ସଫରମେସନ୍ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛି । ସାତ ଦିନର ଏହି କାର୍ଯ୍ୟକ୍ରମରେ ଆଜି ଦ୍ୱିତୀୟ ଦିନ ଶିଶୁ ଦିବସରେ ବୌଦ, ସୋନପୁର, ଭଦ୍ରକ ଓ କେନ୍ଦୁଝର ଆଦି ୪ଟି ଜିଲ୍ଲାର ୧୩୮ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଲୋକାର୍ପିତ କରିଛନ୍ତି ।
୭. ଆଜି କେତେକ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ।
୮. ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ନୂଆ ବିଜେତା, ନ୍ୟୁଜିଲାଣ୍ଡ ପୁଣି ନିରାଶ ।
୯. ସଙ୍କଟରେ ରାଜ୍ୟର ସର୍ବବୃହତ୍‌ ବ୍ଲଡ୍ ବ୍ୟାଙ୍କ୍: ଫେରିଯିବ ‘କୋବାଲ୍‌ଟ ୬୦ ଗାମା ଇରେଡିଏଟର୍’ ମେସିନ୍‌ ।
୧୦. ଲଦାଖ୍‌ରେ ସୈନ୍ୟ ଶକ୍ତି ବଢ଼ାଇଲା ଭାରତ: ସୀମା ସୁରକ୍ଷା ପାଇଁ ୧୪୫ଟି ଏମ୍‌-୭୭୭ ତୋପ ମୁତୟନ ହେବ ।
୧୧. ଦିଲ୍ଲୀ ମହାନଗରୀରେ ରବିବାର ପ୍ରଦୂଷଣ ସ୍ତର ‘ସାଙ୍ଘାତିକ’ରୁ ‘ଅତି ଖରାପ’ ସ୍ତରକୁ ଉନ୍ନୀତ ହୋଇଛି । ଏହାର ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୩୮୬ରେ ପହଞ୍ଚିଛି ବୋଲି ଏସ୍‌ଏଏଫ୍‌ଏଆର୍ ପକ୍ଷରୁ ଜଣାପଡ଼ିଛି ।
୧୨. କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମହାନିର୍ଦେଶକଙ୍କ କାର୍ଯ୍ୟକାଳ ସର୍ବନିମ୍ନ ୨ବର୍ଷରୁ ୫ବର୍ଷ କରାଯାଇଛି ।
୧୩. ଭାରତକୁ ମିଳିଛି ବହୁ ପ୍ରତୀକ୍ଷିତ ରୁଷ୍‌ ନିର୍ମିତ ଏସ୍-୪୦୦ ଟ୍ରାଏମ୍ଫ କ୍ଷେପଣାସ୍ତ୍ର (ବାୟୁ ସୀମା ସୁରକ୍ଷା ବ୍ୟବସ୍ଥା) ।
୧୪. ରାଜ୍ୟର ୫୫ଟି ହ୍ରଦ ଓ ଜଳାଶୟ ପ୍ରଦୂଷିତ, ରାଜ୍ୟ ସରକାରଙ୍କୁ ଏନଜିଟିର ତାଗିଦ୍, ୨୩ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ ।
୧୫. ଆମେରିକାକୁ ମିଳିପାରେ ୨୦୨୪ ଟି-୨୦ ବିଶ୍ଵ କପର ଆୟୋଜନ ଅଧିକାର, ପ୍ରସ୍ତୁତି ଚଳାଇଛି ଆଇସିସି ।
୧୬. ରେଳବାଇର ପାସେଞ୍ଜର ସଂରକ୍ଷଣ ବ୍ୟବସ୍ଥା ଆସନ୍ତା ସାତ ଦିନ ମଧ୍ୟରେ ପ୍ରତିଦିନ ୬ ଘଣ୍ଟା ବନ୍ଦ ରହିବ । ରେଳ ମନ୍ତ୍ରଣାଳୟ କହିଛି ଯେ, କରୋନା ପରେ ଯାତ୍ରୀବାହୀ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଏହା କରାଯାଉଛି । ପୂର୍ବ ପରି ସଂରକ୍ଷଣ ବ୍ୟବସ୍ଥା କରିବାକୁ, ନଭେମ୍ବର ୧୪-୧୫ ତାରିଖ ରାତିରୁ ନଭେମ୍ବର ୨୦-୨୧ ତାରିଖ ପର୍ଯ୍ୟନ୍ତ ରାତି ୧୧.୩୦ ରୁ ସକାଳ ୫.୩୦ ପର୍ଯ୍ୟନ୍ତ ବନ୍ଦ ରହିବ ।
୧୭. ଆଇଆଇଏମ୍ ଦ୍ୱାରା ନାଲକୋକୁ ମିଳିଲା ନନ୍-ଫେରସ୍ ଶ୍ରେଷ୍ଠ ପ୍ରଦର୍ଶନ ପୁରସ୍କାର ।
୧୮. ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ । ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ।
➡️କରୋନା ଯୁଦ୍ଧରେ ଗୋଟିଏ ନୀତି, ନିୟମ ଭାଙ୍ଗିଲେ ଆସେ ବିପତ୍ତି, ନୀୟମକୁ ମାନି ଚଳିବା, କରୋନା ଯୁଦ୍ଧରେ ଜିଣିବା- ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର ।ଆଜି ପ୍ରଥମ ପଞ୍ଚୁକ , ବଡ଼ ଏକାଦଶୀ ଓ ପ୍ରାତଃ ୭:୦୦ ପର୍ଯ୍ୟନ୍ତ ଗ୍ରହଣୀୟ।ଅନ୍ୟର ସ୍ଵରକୁ କମ୍ କରିବା ପାଇଁ ନିଜ ସ୍ଵର ଉଚ୍ଚ କରି ନିଜର ଶକ୍ତି ନଷ୍ଟ କରିବା ବଦଳରେ ନିଜ ସ୍ଥାନ ଉଚ୍ଚ କରିବା ଉଚିତ୍….ଯାହାକୁ ଦେଖି ଅନ୍ୟ ମାନଙ୍କର ସ୍ଵର ଆପେ ଆପେ ଶାନ୍ତ ହୋଇଯିବ….ପୃଥିବୀରେ ସବୁଠାରୁ ଶ୍ରମଜୀବୀ ହେଉଛନ୍ତି ” ମାଆ “। କର୍ମବିରକ୍ତି ନାହିଁ, ମଜୁରୀ ନାହିଁ, ସର୍ତ୍ତ ନାହିଁ, ସ୍ବାର୍ଥ ନାହିଁ, ସେ କେବଳ ନିଃସ୍ଵାର୍ଥ ଶ୍ରମ ଦେବା ଜାଣନ୍ତି ।ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ।

 

 

Leave A Reply

Your email address will not be published.