ଆଜିର ଅନୁଚିନ୍ତା

ତାରିଖ : ୧୫.୧୧.୨୦୨୧,ସୋମବାର

0 234

ଆଜିର ନୀତିବାଣୀ
➡️”ନିଜକୁ ଜ୍ଞାନୀ ଭାବନ୍ତୁ ମନା ନାହିଁ, କିନ୍ତୁ ଅନ୍ୟକୁ ମୂର୍ଖ ଭାବିବାର ମୁର୍ଖତା କରନ୍ତୁ ନାହିଁ। କାରଣ ସମସ୍ତଙ୍କ ଠାରୁ କିଛିନା କିଛି ଶିଖିବାକୁ ମିଳିଥାଏ !!
➡️”ଅନ୍ୟ ମାନଙ୍କ କଥା ଶୁଣି ଚାଲିବ ତ କିଛି ବାଟ ପର୍ଯ୍ୟନ୍ତ ହିଁ ଯାଇପାରିବ। ନିଜ କଥା ଶୁଣି ଚାଲିବ ତ ନିଜ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ପାରିବ !!
➡️”କେବଳ ସମୁଦ୍ର ନିକଟରେ ଛିଡା ହୋଇ ଏହାକୁ ଅତିକ୍ରମ କରିବାର ସାହସ ରଖିଲେ କିଛି ହୋଇନଥାଏ। ବରଂ ଏଥିପାଇଁ ଉପାୟ ଚିନ୍ତା କରିବାକୁ ପଡେ !!
➡️”ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ…. ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ…. !!
➡️”ଦୁନିଆରେ ସବୁ ସମ୍ପର୍କ କେବଳ ରକ୍ତର ହୋଇନଥାଏ। କିଛି ସମ୍ପର୍କ ମଧ୍ୟ ଅଦେଖା ଓ ଅଚିହ୍ନl ହୋଇଥାଏ ଯାହାକି ରକ୍ତର ସମ୍ପର୍କ ଠାରୁ ମଧ୍ୟ ନିଜର ଲାଗିଥାଏ
ଆଜିର ଅନୁଚିନ୍ତା
➡️”ଦୁନିଆର ସବୁଠାରୁ ବଡ ଆଶ୍ଚର୍ଯ୍ୟ କଣ ଜାଣନ୍ତି ମଣିଷ ଜାଣେ ସେ ଦିନେ ନା ଦିନେ ମରିବ କିନ୍ତୁ ଏଇ ଅଳ୍ପଦିନ ବଞ୍ଚିବାକୁ ସେ ସୁନେଲି ସ୍ବପ୍ନ ଦେଖେ ଓ କାହା ଜୀବନ ନେବାକୁ ବି ପଛାଏ ନାହିଁ ମୃତ୍ୟୁ ହେଉଛି ସବୁଠାରୁ ଅଧିକ ଶକ୍ତିଶାଳୀ,ଯାହା ହେବାକୁ ଥିବ ନିଶ୍ଚୟ ହେବ । ତାକୁ କେହି ବାଧା ଦେଇପାରିବ ନାହିଁ !!”
➡️”ଦୁନିଆର ସବୁଠାରୁ ସୁନ୍ଦର ଯୋଡି ହେଲା ହସ ଓ ଲୁହ ଏ ଦୁଇଟି ଏକାଠି ମିଶିବା ବହୁତ କଷ୍ଟ କିନ୍ତୁ ଯେବେ ଏମାନେ ମିଶନ୍ତି ସେହି ମୂହୁର୍ତ୍ତ ସବୁଠାରୁ ସୁନ୍ଦର ହୋଇଥାଏ
➡️”ସନ୍ଦେହ ଏପରି ଏକ ରୋଗ ଯାହା ଜଣକ ମନରେ ଯଦି ଥରେ ବସିଯାଏ ତାହାହେଲେ ସାରା ଜୀବନ ମନରୁ ବାହାରି ନ ଥାଏ ବେଳେବେଳେ ଭଲଲୋକ ମନରେ ଅବିଶ୍ବାସର ମଞ୍ଜି ବୁଣିଦିଏ ।ଅବିଶ୍ବାସ ଏମିତି ଏକ ବିଷ ଯାହା ବିଶ୍ବାସ ରୂପକ ଅମୃତ ହାଣ୍ଡିରେ କାଣିଚାଏ ପଡିଲେ ସମଗ୍ର ହାଣ୍ଡି ବିଷରେ ପରିଣତ ହୋଇଯାଏ !!”ପୁତ୍ର ଶତ୍ରୁ ହେଲେ କହିବ କିଏ””ସ୍ତ୍ରୀ ଶତ୍ରୁ ହେଲେ ସହିବ କିଏ””ଭାଇ ଶତ୍ରୁ ହେଲେ ରହିବ କିଏ”ବନ୍ଧୁ ଶତ୍ରୁ ହେଲେ ମୋହିବ କିଏ””ହରି ଶତ୍ରୁ ହେଲେ ରକ୍ଷା କରିବ କିଏ””ମୃତ୍ୟୁ ଶତ୍ରୁ ହେଲେ ରଖିବ କିଏ”କର୍ମ ଶତ୍ରୁ ହେଲେ ମିଳେନା ବାସ””ଗୁଣ ଶତ୍ରୁ ହେଲେ ସରବନାଶ
➡️”ପ୍ରତ୍ୟେକ ଜିନିଷ ଯାହା ଜୀବନରେ ଆବଶ୍ୟକତା ଠାରୁ ଅଧିକ ତାହା ହିଁ ବିଷ ,ସେ ଶକ୍ତି ହେଉ ବା ଧନ ହେଉ ବା ଭୋକ ହେଉ ବା ଲୋଭ ହେଉ ବା ଗର୍ବ ହେଉ ବା ଆଳସ୍ୟ ହେଉ ପ୍ରେମ ହେଉ ବା ଘୃଣା ହେଉ ତାହା ବିଷ ସମାନ !!
ଆଜିର ସୁବିଚାର
➡️”ତୁମର ମେଧା ଓ ସତ୍ ଗୁଣ ଯଦି ଖରାପ ବାଟରେ ବ୍ୟବହୃତ ହୁଏ ତେବେ ପ୍ରଥମେ ତୁମେ ନିଜକୁ ହରାଇବସିବ !!
➡️”ଖରାପ ଜିନିଷ ଦେଖିବା , ଶୁଣିବା ତଥା ଖରାପ କଥା ଭାବିବା ଦ୍ୱାରା ମନ ଖରାପ ହୋଇଥାଏ I ଏଣୁ ଆମେ ଆମର ଚିନ୍ତାଧାରା ପ୍ରତି ସଜାଗ ରହିବା ଆବଶ୍ୟକ !!
➡️”ଅନ୍ୟମାନଙ୍କ ଭୂଲକୁ ଗଣ ନାହିଁ I ତୁମର ଭୂଲ ଗଣିବାକୁ ସେମାନଙ୍କୁ ଅନୁମତି ଦିଅ, ଯେଉଁ ସହଯୋଗ ତୁମର ଦୁର୍ବଳତାକୁ ଦୂରେଇ ଦେବ !!”
➡️”କ୍ରିୟା ଓ ପ୍ରତିକ୍ରିୟା – ଦୁଇଟି ଶବ୍ଦ I କାର୍ଯ୍ୟ (କ୍ରିୟା) ଯେତେ ସାଧାରଣ ହେଉନା କାହିଁକି, ଏହାର ପ୍ରଭାବ ଯୁକ୍ତାତ୍ମକ, ଫଳପ୍ରଦ ଓ ସୃଜନଶୀଳ ହେବା ଆବଶ୍ୟକ I ଯଦି କେହି ତୁମକୁ ପରିହାସ କରନ୍ତି, ତେବେ ତୁମ ପକ୍ଷେ ଖୁସି ଖୁସିରେ ନୀରବତା ରକ୍ଷା କରିବା ହିଁ ଜ୍ଞାନର ପରିଚୟ !!
➡️”ବଞ୍ଚିବାର ଆନନ୍ଦ ସମସ୍ତଙ୍କ ମଧ୍ୟରେ ବାଣ୍ଟିବା ହିଁ ସର୍ବୋତ୍ତମ ସେବା ଏବଂ ସମସ୍ତଙ୍କୁ ସମ୍ମାନ ଦେବାହିଁ ସର୍ବୋତ୍ତମ ଦାନ 🙏ଓଁ ନମଃ ଶିବାୟ🙏ଶୁଭ ସକାଳ,ଆଜି ସୋମବାର ବଡ଼ ଏକାଦଶୀ ଉପବାସ ପ୍ରଭୁ ଦେବ ଦେବ ମହାଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ।

Leave A Reply

Your email address will not be published.