ନକଲି ସୁନାଦେଇ ନେଇଗଲେ ଦେଢଲକ୍ଷ

0 81

ଭୁବନେଶ୍ବର,୫ା୧୦(ଏସଏସନିଉଜ) ଲକ୍ଷ୍ମୀସାଗରସ୍ଥିତ ଏକ ଘରୋଇ ଫାଇନାନ୍‌ସ କାର୍ଯ୍ୟାଳୟକୁ ଜଣେ ସୁନା ବନ୍ଧକ ରଖିବାକୁ ଆସି ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।କିଛିସୁନା ଅନ୍ୟ ଏକ ଫାଇନାନ୍‌ସଅଫିସ୍‌ରେ ବନ୍ଧକରଖି ଋଣକରିଛି ଏବଂ ଉକ୍ତଋଣକୁ କ୍ଲୋଜ୍ କରିବାକୁ ଚାହୁଛି।ଏହି ଆଲୋଚନାଭିତରେ ସେ ନିଜର ପରିଚୟପତ୍ର ଓ ଅନ୍ୟ ଫାଇନାନ୍‌ସକମ୍ପାନିରେ କରିଥିବା ଋଣ କାଗଜପତ୍ର ଦେଖାଇଥିଲା।ଏହାପରେ ବନ୍ଧକଅଧିକାରୀ ତାସହିତ ଅନ୍ୟ ଫାଇନାନ୍‌ସକାର୍ଯ୍ୟାଳୟକୁ ଯାଇ ଋଣ ଟଙ୍କା ପରିଶୋଧ କରିବାସହ ବନ୍ଧକସୁନା ଧରିଫେରିଥିଲେ।ଅଧିକାରୀଜଣଙ୍କ କାର୍ଯ୍ୟାଳୟରେ କାଗଜପତ୍ର ପ୍ରସ୍ତୁତ କରିବାସମୟରେ ଉକ୍ତବ୍ୟକ୍ତିଙ୍କୁ ଦେଢ଼ଲକ୍ଷଟଙ୍କା ଦେଇଥିଲେ।ଏହିସମୟଭିତରେ ବ୍ୟକ୍ତିଜଣଙ୍କ ଅସଲି ସୁନାଥିବା ପ୍ୟାକେଟ୍‌କୁ ବଦଳାଇ ନକଲିସୁନା ରଖିଦେଇ ପଳାଇଥିଲେ ।ପରେ ସୁନାକୁ ଯାଚ କରିବାବେଳେ ତାହା ନକଲିବୋଲି ଜଣାପଡିଥିଲା

Leave A Reply

Your email address will not be published.