ରାତିରୁ ନିଖୋଜ, ସକାଳେ ରାସ୍ତାକଡ଼ରୁ ମିଳିଲେ

0 107

ଗଞ୍ଜାମ,୫ା୧୦(ଏସଏସନିଉଜ) ବେଗୁନିଆପଡ଼ା ଥାନା ସାନଉସ୍ତାପଡ଼ା ପଞ୍ଚାୟତରେକାର୍ଯ୍ୟରତ  ଗ୍ରାମ ରୋଜଗାର ସେବକ ସୁଶୀଲ କୁମାର ମହାନ୍ତିଙ୍କୁ ହତ୍ୟା କରାଯାଇଥିବାବେଳେ ଆଜି ସକାଳେ ବୁରୁଝରି ପଞ୍ଚାୟତ କନିଆରିବାଡ଼ି ରାସ୍ତାକଡ଼ରୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କର ମୃତଦେହକୁ ପୋଲିସ ଜବତ କରାଯାଇଛି। ପାରିପାର୍ଶ୍ବିକ ସ୍ଥିତିକୁ ଦେଖି କୌଣସି ମାରଣାସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରାଯାଇଥିବାର ପୁଲିସ ସନ୍ଦେହ କରୁଛି ।ପୋଲିସ ୩୯୪/୨୩କେଶନଂରେ ଏକ ମାମଲା ରୁଜୁ କରି ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।ତେବେ ହତ୍ୟାକାଣ୍ଡର ପକୃତ କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇପାରିନାହିଁ। କନିଆରିବାଡ଼ି ଗ୍ରାମର ରାଜୁ ମହାନ୍ତିଙ୍କ ସାନପୁଅ ସୁଶୀଲଙ୍କ ପାଖକୁ ରାତିରେ ଆସିଥିବା ଫୋନ୍ କଲ୍ ପାଇ ସେ ଘରୁ ଯାଇଥିବାବେଳେ ଆଉ ଫେରି ନଥିଲେ। କନିଆରିବାଡ଼ି ଗାଁ ନିକଟ ତିନିଛକିଆ ରାସ୍ତାକଡ଼ ବୁଦା ପାଖରେ ସୁଶୀଲଙ୍କ କ୍ଷତାକ୍ତ ଶବ ପଡ଼ିଥିବା ବେଳେ ବାଇକ୍‌ଟି କିଛି ଦୂରରେ ଥିଲା।

Leave A Reply

Your email address will not be published.