ଓଏଏସ ଅଧିକାରୀ ସ୍ତରରେ ଅଦଳବଦଳ

0 198

ଭୁବନେଶ୍ୱର, ୯/୬(ଏସଏସନିୟୁଜ) ଓଡ଼ିଶା ପ୍ରାଶାସନିକ ସେବା ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି । ଏହିଆଧାରରେ ଯୁଗଳେଶ୍ବରୀ ଦାସ ହେଲେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର କୁଳସଚିବ । ପ୍ରଦୀପ କୁମାର ମିଶ୍ର ହେଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳସଚିବ. । ନୀତି ରଂଜନ ସେନ୍ ହେଲେ ରାଜ୍ୟ ଶ୍ରମ ବିଭାଗର ଯୁଗ୍ମ ସଚିବ । ଜ୍ୟୋତିଶଙ୍କର ମହାପାତ୍ର ହେଲେ ପୁରୀ ଡିଆରଡିଏ ର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ । ଶରତ ଚନ୍ଦ୍ର ମହାପାତ୍ର ହେଲେ ଯାଜପୁର ଉପଜିଲ୍ଲାପାଳଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.