ମୁମ୍ବାଇ ଉପକୂଳ ଛୁଇଁଲା ମୌସୁମୀ

0 425

ଭୁବନେଶ୍ୱର, ୯/୬(ଏସଏସନିୟୁଜ) ମୁମ୍ବାଇ ଉପକୂଳ ଛୁଇଁଲା ମୌସୁମୀ । ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇ ବିଭିନ୍ନ ସ୍ଥାନ ଜଳମଗ୍ନ ମଧ୍ୟ ହୋଇଚି ।ଯାହାଫଳରେ ମୁମ୍ବାଇରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରେଳଧାରଣା ବୁଡ଼ିଯିବାରୁ ଟ୍ରେନ୍ ଓ ମେଟ୍ରୋ ଚଳାଚଳ ବ୍ୟାହତ ହୋଇଚି । ଦିନ ୧୧ଟା ୪୩ରେ ସମୁଦ୍ରରେ ୪.୧୬ ମିଟର ଉଚ୍ଚ ଜୁଆର ଉଠିବା ଆଶଙ୍କାଥିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆସଙ୍କା ସହ , ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି । ଏହାସହ ଆସନ୍ତା ୧୧ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ସୃଷ୍ଟି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.