ସେପ୍ଟେମ୍ବରରେ ଆସିପାରେ ତୃତୀୟ ଲହର

0 184

ଭୁବନେଶ୍ୱର, ୯/୬(ଏସଏସନିୟୁଜ) ରାଜ୍ୟରେ କରୋନା ସଂକ୍ରାମଣ ହ୍ରାସ ପାଉଥିବାବେଳେ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ କରୋନାର ତୃତୀୟ ଲହର ଆସିପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତୃତୀୟ ଲହରରେ ଛୁଆମାନେ ବେଶି ମାତ୍ରାରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥିବାରୁ ଜନସାଧାରଣ ଭୟଭୀତ ନ କରି ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି ।ଏଥିସହ ତୃତୀୟ ଲହର ପାଇଁ ଆଗୁଆ ବ୍ୟବସ୍ଥା କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ସିଡିଏମଓ ମାନଙ୍କୁ ଚିଠି ଲେଖିଛନ୍ତି । ସବୁ ଜିଲ୍ଲା ଓ ଉପଖଣ୍ଡ ହସ୍ପିଟାଲରେ ୧୦ଟି ଆଇସୋଲେସନ ବେଡ୍ ରହିବ ବୋଲି ଚିଠିରେ କୁହାଯାଇଛି । ୭ଟି ମେଡିକାଲ କଲେଜରେ ୬୪ ଏନଆଇସିୟୁ ସହ ମୋଟ ୧୫୫ ବେଡ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ପର୍ଯ୍ୟାପ୍ତ ଔଷଧ, ଅକ୍ସିଜେନ ମହଜୁଦ ରଖିବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । କଟକ ଶିଶୁଭବନ ରେ ସ୍ୱତନ୍ତ୍ର କୋଭିଡ଼ ବ୍ଲକ ପ୍ରସ୍ତୁତ କରିବାକୁ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯିବାସହ ସମସ୍ତ କୋଭିଡ୍ ହସ୍ପିଟାଲରେ ସ୍ୱତନ୍ତ୍ର ଶିଶୁ ବିଭାଗ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାର ଜଣାପଡିଛିା

Leave A Reply

Your email address will not be published.