ଓଏଏସ୍ ସ୍ତରରେ ଅଦଳବଦଳ

0 292

ଭୁବନେଶ୍ୱର, ୨୧/୪(ଏସଏସନିୟୁଜ) ରାଜ୍ୟ ସରକାର ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି ।ତିନି ବରିଷ୍ଠ ଓଏଏସ୍ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ସେହିପରି ୧୧ ପ୍ରଶାସନିକ ଅଧିକାରୀ( ଓଏଏସ୍‌)ଙ୍କ ସ୍ତରରେ ଅଦଳବଦଳ ହୋଇଛି । ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିବା ତିନି ବରିଷ୍ଠ ଓଏଏସ୍‌ମାନେ ହେଉଛନ୍ତି କବିନ୍ଦ୍ର କୁମାର ସାହୁ, ଆରାଧନା ଦାସ ଓ ବିଧୂଭୂଷଣ ମିଶ୍ର । ଗଞ୍ଜାମର ଏଡିଏମ୍ ଥିବା କବିନ୍ଦ୍ର କୁମାର ସାହୁ ନିଜ ପଦବୀରେ ରହି କାର୍ଯ୍ୟ ସମ୍ପାଦନ କରିବେ । ସେହିପରି ଆରାଧନା ଦାସ ଓଡ଼ିଶା ରାଜ୍ୟ ହାଉସିଂବୋର୍ଡର ଲ୍ୟାଣ୍ଡ ଅଫିସର ଏବଂ ଗୃହ ବିଭାଗରେ ଯୁଗ୍ମ ସଚିବ ଥିବା ବିଧୂଭୂଷଣ ମିଶ୍ର ଭାବେ ନିଜ ପଦବୀରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପ୍ରକାଶ ଯାଏ କାର୍ଯ୍ୟ ତୁଲାଇବେ । ଅନ୍ୟପକ୍ଷରେ ୧୧ ଓଏଏସ୍ ବଦଳି ହୋଇଛନ୍ତି । ସେମାନେ ହେଉଛନ୍ତି ମହେଶ କୁମାର ଚୌଧୁରୀଙ୍କୁ ଗଞ୍ଜାମର ଆରଆଇସି , , ଇନ୍ଦମଣୀ ନାୟକଙ୍କୁ ଭଦ୍ରକର ଡିଆରଡିଓର ପିଡି ,, ଅଗଣୀ ଚରଣ ପାତ୍ର, ସମ୍ବିତ କୁମାର ନାୟକ, ଦୂର୍ଗା ପ୍ରସାଦ ମହାରଣା, ସଂଗ୍ରାମ ଶେଖର ପଣ୍ଡାଙ୍କୁ ଗଜପତିର ଏଡିଏମ ,ମୈତ୍ରେୟୀ ଭଟ୍ଟାଚାର୍ଯ୍ୟ କଟକ ଏଡିଏମ,, ରଜନୀ କୁମାର ସ୍ୱାଇଁ, ଅନୁଗୁଳ ଡିଆରଡିଓର ପିଡି.ସୋମନାଥ ପ୍ରଧାନ,ପଦ୍ମନାଭ କଳାହାଣ୍ଡି ଡିଆରଡିଓର ପିଡି, ବେହେରା ସମ୍ବଲପୁରର ଏଡିଏମ, ,ଧର୍ମାନନ୍ଦ ବେହେରାଙ୍କୁ ରାୟଗଡା ଡିଆରଡିଓର ପିଡି ଭାବେ ଦାୟିତ୍ୱ ମିଳିଛି ।

 

Leave A Reply

Your email address will not be published.