ପୁଣି ୪ହଜାର ୭୬୧ ଆକ୍ରାନ୍ତ

0 222

ଭୁବନେଶ୍ୱର, ୨୧/୪(ଏସଏସନିୟୁଜ) ପୁଣି ଆଜି ରାଜ୍ୟରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧିପାଇଛି । ୪ହଜାର ୭୬୧ ଆକ୍ରାନ୍ତ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ୨ହଜାର ୭୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୯ଶହ ୭୬ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।ଏହି ନୁଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୮୨୦ ,ସୁନ୍ଦରଗଡ଼ରୁ ୬୭୩, ନୂଆପଡ଼ାରୁ ୫୩୪ ଓ ବଲାଙ୍ଗିର ଜିଲ୍ଲାରୁ ଆଉ ୩୨୨.ଝାରସୁଗୁଡ଼ାରୁ ୨୩୪, ବରଗଡ଼ ୧୯୮, ପୁରୀ ୧୯୩, ସମ୍ୱପୁର ୧୮୩, କଟକ ୧୭୬, କଳାହାଣ୍ଡିରୁ ୧୬୭ ,ନବରଙ୍ଗପୁରରୁ ୧୫୪, କେନ୍ଦୁଝରରୁ ୧୦୩ ପଜିଟିଭ୍ ବାହାରିଛନ୍ତି ।ଏହାସହିତ ରାଜ୍ୟରେ ୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।ସେମାନଙ୍କ ମଧ୍ୟରେ କଟକ ୧, ମୟୁରଭଞ୍ଜ ୧, ନୂଆପଡ଼ା ୨, ସୁନ୍ଦରଗଡ଼ ୧ ହୋଇଥିବାବେଲେ ଖୋର୍ଦ୍ଧାରୁ ସର୍ବାଧିକ ୭୦୩ ସଂକ୍ରମିତ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.