ଓଡିଶାରୁ ବିଦା ହେବେ ବାଂଲାଦେଶୀ

ଭୁବନେଶ୍ଵର,୨୦।୫(ଏସଏସନିୟୁଜ୍)ଓଡିଶାରୁ ବିଦା ହେବେ ବାଂଲାଦେଶୀ।ଏଥିପାଇଁ
ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟସରକାର। ବାଂଲାଦେଶୀ ଚିନ୍ହଟ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସ୍ୱତନ୍ତ୍ର SOP ପ୍ରସ୍ତୁତ କରୁଛି କ୍ରାଇମବ୍ରାଞ୍ଚ STF। ସବୁ ଜିଲ୍ଲାପାଳଙ୍କୁ SOP ଅନୁଯାଇ ଆକ୍ସନ ପାଇଁ କୁହାଯାଇଛି। SOPରେ କଣ ରହିଛି ଜାଣନ୍ତୁ ।ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ନାକା କରାଜୀବ।ଵାଂଲାଦେଶୀ ଗତିଵିଧି ଉପରେ ନଜର ରଖି ତାଲିକା ପ୍ରସ୍ତୁତ କରିବେ।ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, କାହାଦ୍ୱାରା ଆସିଥିଲେ ଓଡିଶା ସେନେଇ ଯାଞ୍ଚ କରାଯିବ।କେଉଁଠୁ ଆଧାରକାର୍ଡ, ରାସନକାର୍ଡ ପ୍ରସ୍ତୁତ କରିଥିଲେ ପଚରାଉଚରା କରିବ ପୋଲିସ।
ପରିଚୟପତ୍ର ଗୁଡିକ ସଠିକ କି ନାହିଁ ସେସବୁକୁ ଯାଞ୍ଚ କରାଯିବ।କେଉଁ ଜନସେବାକେନ୍ଦ୍ରରୁ ବନେଇଛନ୍ତି ପ୍ରମାଣପତ୍ର ତାହା ଯାଞ୍ଚ କରାଯିବା ସହ ଉକ୍ତ ଜନସେବା କେନ୍ଦ୍ର ବିରୋଧରେ ତାକୁ ଯାଞ୍ଚ କରିବା ସହ କେତୋଟି ଅପରାଧିକ କାର୍ଯ୍ୟ କଳାପରେ ସମ୍ପୃକ୍ତି ତଦନ୍ତ କରାଯିବ।କେଉଁ ଉପାୟରେ ରୋଜଗାର କରୁଛନ୍ତି।କେଉଁଠି ପାଠପଢିଛନ୍ତି,କେଉଁ ସ୍କୁଲ କଲେଜରୁ ପାସ କରିଛନ୍ତି।ହଟସ୍ପଟ ଚିନ୍ହଟ କରାଜୀବା ସହ ପାଟ୍ରୋଲିଂଙ୍କୁ କଡା କଡି କରିବା ପାଇଁ କୁହାଯାଇଛି।ବାଂଲାଦେଶୀମାନେ ବେଆଇନ ଭାବରେ ମାଡି ବସିଥିବା ଜାଗାକୁ ଉଛେଦପାଇଁ ପ୍ରକ୍ରିୟା କରାଯିବ।

- Advertisement -

Leave A Reply

Your email address will not be published.