ଓଡ଼ିଆଭାଷା ପ୍ରତିଷ୍ଠାନ ପକ୍ଷରୁ ବିଶ୍ୱମାତୃଭାଷା ଦିବସ ପାଳିତ

0 227

ଭୁବନେଶ୍ୱର,୨୧/୨(ଏସଏସନିୟୁଜ) ଦୁନିଆର ଯେ କୌଣସି ସ୍ଥାନରେ ମାତୃଭାଷା କହୁଥିବା ଲୋକଟିଏ ସହ ଭେଟ ହୋଇଗଲେ ଆପଣାପଣ ଆପେ ଆପେ ହୃଦୟରେ ବସା ବାନ୍ଧିଦିଏ । ଏହା ହିଁ ମାତୃଭାଷାର ମହତ୍ତ୍ବ ବୋଲି ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ବିଶ୍ବ ମାତୃଭାଷା ଦିବସ ପାଳନ ଅବସର ରେ ଆୟୋଜିତ ସମାରୋହ ରେ ମତପ୍ରକାଶ ପାଇଛି । ସଭାରେ ଉଦ୍‌ଘାଟକ ଭାବେ ଯୋଗଦେଇ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଭାଷା ଓ ମାତୃଭାଷା ଭିତରେ ଥିବା ପ୍ରଭେଦ
ସମ୍ପର୍କରେ ଆଲୋଚନା କରିଥିଲେ ।
ପ୍ରମୁଖ ଶାସନ ସଚିବ ଡ. ବିଷ୍ଣୁପଦ ସେଠୀ ଏହି ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଉଥିବା ତିନିଜଣ ବିଶିଷ୍ଟ ଅତିଥିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଯୋଗଦାନକୁ ପ୍ରଶଂସା କରିବା ସହିତ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ବାରା ପ୍ରକାଶ ପାଇଥିବା ଓଡ଼ିଆ ଭୋକାବୁଲାରି ପୁସ୍ତକ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମାନିତ ଅତିଥି ଗୃହ ରାଷ୍ଟ୍ର, ଶକ୍ତି, ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗଦାନ କରି ମାତୃଭାଷା ଉଚ୍ଚ ହେଲେ ଗୋଟିଏ ଜାତି ଉଚ୍ଚ ହୋଇଥାଏ । ତେଣୁ ଆମ ମାତୃଭାଷା ଓଡ଼ିଆ ଏକ ସମୃଦ୍ଧ ଭାଷା, ତେଣୁ ଏହି ଭାଷାକୁ ଆମେ କିପରି ଆହୁରି ଋଦ୍ଧିମନ୍ତ କରିପାରିବା ସେ ବିଷୟରେ ସମ୍ୟଭାବେ ଆଲୋଚନା କରିଥିଲେ ।ସମ୍ମାନିତବକ୍ତା ଭାବେ ଯୋଗଦାନ କରି ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡ. ପ୍ରତିଭା ରାୟ ମାତୃଭାଷା ଓଡ଼ିଆର ମହତ୍ଵଓ ଗୁରୁତ୍ବ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ, ପ୍ରାବନ୍ଧିକ, ନାଟ୍ୟକାର ଇଂରାଜୀପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମହାନ୍ତି ମାତୃଭାଷା ସମ୍ପର୍କରେ ସୁଦୀର୍ଘ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବିଭାଗର ନିର୍ଦ୍ଦେଶକଶ୍ରୀ ରଂଜନ କୁମାର ଦାସ ଉତ୍ସବରେ ସଭାପତିତ୍ବ କରିଥିଲେ ।ଭୋକାବୁଲାରି ପୁସ୍ତକର ସମ୍ପାଦକ ଡ. ଗୌରାଙ୍ଗ ଚରଣ ଦାଶ ଓ ଡ. ପ୍ରଦୀପ୍ତ କୁମାର ପଣ୍ଡାଙ୍କୁ ଏହି ଅବସରରେଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.