ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ ବାତ୍ୟା

0 349

ଭୁୁବନେଶ୍ୱର,୭/୫(ଏସଏସନିୟୁଜ) ୱେଲ୍ ମାର୍କଡ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ। ଆଣ୍ଡାମାନ ସାଗରରେ ସୁଦୃଶ୍ୟ ହେଲା ଲଘୁଚାପ। ଉତ୍ତର ପଶ୍ଚିମକୁ ଗତି କରି ଅଧିକ ଘନୀଭୂତ ହେବା ସମ୍ଭାବନା। ଆଗାମୀ ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ। ଲଘୁଚାପ ଆଣ୍ଡାମାନ ସାଗରରେ ଦୃଶ୍ୟମାନ ହୋଇଥିବା ବେଳେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ ବୋଲି ଅନୁମାନ କରାଯାଉଛି ।ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାର ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବାତ୍ୟା କ୍ରମଶଃ ଉତ୍ତର-ପଶ୍ଚିମ ଦିଗ ଆଡ଼କୁ ଗତି କରି ୧୦ ତାରିଖ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି । ବାତ୍ୟା ସ୍ଥଳଭାଗର କେଉଁ ସ୍ଥାନରେ ମାଡ଼ ହେବ ତାହା ଏ ପର‌୍ୟ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ ବୋଲି ଆଇଏମଡିର ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.