ଓଡ଼ିଶା ଫେରିଲେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ

0 571

ଭୁବନେଶ୍ୱର, ୧୦/୯(ଏସଏସନିୟୁଜ) ଟୋକିଓ ପାରା ଅଲମ୍ପିକ୍ ରେ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣିଥିବା ପ୍ରମୋଦ ଭଗତ୍ ଆଜି ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରମୋଦକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରମୋଦକୁ ଖୋଲା ଗାଡିରେ ବିମାନବନ୍ଦର ଠାରୁ କଳିଙ୍ଗ ଷ୍ଟାଡିୟମ୍ ପର‌୍ୟ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇଥିଲା । ପାରା ଅଲମ୍ପିକ୍ ରେ ପୁରୁଷ ବ୍ୟାଡମିଣ୍ଟନ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସଂଧ୍ୟା ୫ ଟାରେ କଳିଙ୍ଗ ଷ୍ଟାଡିୟମ୍ ରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଙ୍କୁ ସମ୍ବୋର୍ଦ୍ଧିତ କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.