ଓଡ଼ିଶା ଗସ୍ତରେ ଆସିବେ ଆନ୍ଧ୍ର ରାଜ୍ୟପାଳ

0 168

ଭୁବନେଶ୍ବର, ୪/୮(ଏସଏସନିଉଜ) ଆସନ୍ତା ୭ତାରିଖରୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ୪ଦିନିଆ ଓଡ଼ିଶା ଗସ୍ତରେ ଆସିବାନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁଚନା ଦିଆଯାଇଛି ।ରାଜ୍ୟପାଳ ଅଗଷ୍ଟ ୮ରେ ଦୈନିକ ସମ୍ବାଦପତ୍ର ପ୍ରଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବ, ୯ରେ ଶତାବ୍ଦୀ ଭବନରେ ଆୟୋଜନ ହେବାକୁ ଥିବା ସ୍ବାଧୀନତା ସଂଗ୍ରାମୀ ସରଳା ଦେବୀଙ୍କର ସ୍ମରଣୀୟ ଦିବସ ଉତ୍ସବ, ସାହିତ୍ୟ ପତ୍ରିକା କାଦମ୍ବିନୀର ଅଗଷ୍ଟ ସଂଖ୍ୟା ଉନ୍ମୋଚନ ଉତ୍ସବ ସହ କେତେକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେବେ ବୋଲି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ୧୦ତାରିଖ ପୂର୍ବାହ୍ନ ୧୦ଟାରେ ଆନ୍ଧ୍ର ରାଜଭବନ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.