ଓଡ଼ିଶା ମିଡିଆ କଲ୍ୟାଣ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୭।୯(ଏସଏସନିଉଜ) ରବିବାର ଦିନ ଓଡ଼ିଶା ମିଡିଆ କଲ୍ୟାଣ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଦିନ ଭୁବନେଶ୍ୱର ସତ୍ୟନଗରସ୍ଥିତ ପୂର୍ତବିଭାଗ ଡ଼ାକ ବଙ୍ଗଳାଠାରେ ଅନୁଷ୍ଟିତ ହୋଇଯାଇଛି ।ଓଡ଼ିଶା ମିଡିଆ କଲ୍ୟାଣ ସଂଘର ଚେୟାରମ୍ୟାନ ସତ୍ୟ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୧ବର୍ଷ ପାଇଁ ସଂଘର ଏକ ଯୋଜନା ଚୂଡ଼ାନ୍ତ ହୋଇଥିଲା।ଏଥିରେ ସୁବୁ ଜିଲାରେ ସାଂଗଠାନିକ ସ୍ଥିତି ସୁଦୃଢ଼ କରିବା ,ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ଜିଲ୍ଲା କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ଓ ସାମ୍ବାଦିକମାନେ ଖବର ସଂଗ୍ରହ କରିବା ଓ ଖବର ପ୍ରସାରଣ ପରେ ଘଟୁଥିବା ଅସୁବିଧାକୁ ଦୃଷ୍ଟିରେ ରଖି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା ଓ ଅନ୍ୟାନ୍ୟ ଅସୁବିଧା ସମ୍ପର୍କିତ ତଥ୍ୟ ସମ୍ବଳିତ ଦାବିପତ୍ର ସରକାରଙ୍କୁ ପ୍ରଦାନ କରିବା ଆଦି ବିଷୟରେ ଆଲୋଚନା ହୋଇଥିଲା।ଏହାସହ ସବୁଜିଲାରେ ବୃକ୍ଷରୋପଣ,ମାଗଣା ସ୍ବାସ୍ଥ୍ୟ ସେବା ଶିବିର,ସମାଜର ଉନ୍ନତିମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରି ସାମ୍ବାଦିକମାନଙ୍କ ସହ ସାଧାରଣ ଲୋକଙ୍କୁ ସାମିଲ କରାଇବା ଉପରେ ଉପସ୍ଥିତ ସଦସ୍ୟମାନେ ମଧ୍ୟ ମତବ୍ୟକ୍ତ କରିଥିଲେ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ଲିଙ୍ଗରାଜ ରାଉତ, ଉପ-ସଭାପତି ସଞ୍ଜୟ ମହାନ୍ତି, ଡକ୍ଟର ଶରତ ଚନ୍ଦ୍ର ବେହେରା, ସ୍ୱରୂପ ଦାସ, କମଳକାନ୍ତ ନାୟକ, ଦୀପକକର,ସଂଗ୍ରାମ କିଶୋର ଦାସ,ଅମରଜିତ ଦାସ, ବିଭୂତି ଷଡ଼ଙ୍ଗୀ,ରଞ୍ଜନ ବାରିକ, ପ୍ରମୋଦ କୁମାର ନାୟକ ପ୍ରମୁଖ ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

- Advertisement -

Leave A Reply

Your email address will not be published.