ଓଳାଶୁଣୀ ପାହାଡ ଉପରେ ଗୁଳିମାଡ, ଯୁବକ ଗୁରୁତର

0 142

ବାଲିଚନ୍ଦ୍ରପୁର,୪/୧୦(ଏସଏସନିୟୁଜ) ରବିବାର ରାତିରେ ଓଳାଶୁଣୀ ପାହାଡର ପୂର୍ବପଟ ରାସ୍ତାରେ ଜଣେ ଯୁବକ ଉପରକୁ ୪ ରାଉଣ୍ଡ ଗୁଳି ମାଡ କରାଯାଇଛି। ଗୁଳିମାଡରେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବନ୍ଦରେଶ୍ୱର ଗ୍ରାମର ସିଦ୍ଧାନ୍ତ ସାମଲ ଓରଫ ବୁବୁନ (୨୮)ଗୁରୁତର ହୋଇ ମେଡିକାଲରେ ଚିକିସ୍‌ିତ ହେଉଥିବାର ଜଣାପଡିଛି ।
ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ସିଦ୍ଧାନ୍ତ ତାର ଅନ୍ୟ ଜଣେ ସାଥିସହ ପର‌୍ୟ୍ୟଟକ ସୁବିଧା କେନ୍ଦ୍ର ନିକଟରେ ଥିବା ବେଳେ ଅଜଣା ତିନିଜଣ ଯୁବକ ଏକ ବାଇକରେ ସେଠାକୁ ଯାଇଥିଲେ।କୈାଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ଆରମ୍ଭ ହେବାସହ ଅଜଣା ଯୁବକଙ୍କ ମଧ୍ୟରୁ ଜଣେ ବୁବୁନ ଉପରକୁ ଚାରି ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଜଙ୍ଗ ଓ ହାତରେ ଗୁଳିବାଜିଥିବାବେଳେ ଗୁରୁତର ଅବସ୍ଥାରେ ବୁବୁନକୁ ପ୍ରଥମେ ବଡଚଣା ଓ ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଖୋକାକୁ ଜବତ କରିଛି।

Leave A Reply

Your email address will not be published.