ଓଲଟିଲା ୨ସ୍କୁଲ ବସ୍

0 192

ଭୁବନେଶ୍ୱର,,୨୧ା୧୨(ଏସଏସନିଉଜ) ଦୁଇଟି ସ୍କୁଲବସ ଛାତ୍ରଛାତ୍ରୀଙ୍କୁ ନେଇଯାଉଥିବା ବେଳେଓଲଟି ପଡି ୧୦ଜଣଙ୍କ ମୃତ୍ୟୁ ହବାସହ ଅନେକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ମଣିପୁରର ନୋନି ଜିଲ୍ଲାରେ ଘଟିଛି । ଷ୍ଟଡିଟୁର୍ ପାଇଁ ଦୁଇଟି ବସ୍ ଛାତ୍ରଛାତ୍ରୀ ଯାଉଥିବାବେଳେ ପାହାଡିଆଜିଲ୍ଲାର ଲୋଙ୍ଗସାଇଅଞ୍ଚଳରେ ହଠାତ୍ ବସ୍ ଦୁଇଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଆହତମାନଙ୍କୁ ଉଦ୍ଧାର କରି ଇମ୍ଫାଲ ମେଡିସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛିାସେପଟେ ଏହି ଦୁର୍ଘଟଣା ନେଇ ମଣିପୁର ମୁଖମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.