ଓଲଟିଲା ମାଛଧରା ବୋଟ୍

0 237

ଜଗତସିଂହପୁର, ୨୦/୯(ଏସଏସନିୟୁଜ) ରବିବାରଦିନ ପାରାଦୀପ ପଥର ବନ୍ଧ ନିକଟ ମହାନଦୀ ମୁହାଣରେ ଏକ ମାଛଧରା ବୋଟ୍ ଓଲଟି ଷଣ୍ଢକୁଦ ବସ୍ତିରେ ରହୁଥିବା ମତ୍ସ୍ୟଜୀବୀ ଦାମଲ୍ କାମରାଜୁ ଓ ସିଏଚ୍ ଦେଉଡ଼ୁ ନାମକ ଦୁଇଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଥିବାବେଳେ ୫ଜଣ ଉଦ୍ଧାର ହୋଇଛନ୍ତି ।ଏହି ୭ ଜଣ ମତ୍ସ୍ୟଜୀବୀ ଦୁଇଦିନ ତଳେ ମାଛ ଧରିବାକୁ ମା ରାମଚଣ୍ଡୀ-୯୮ ନାମକ ଡଙ୍ଗି ନେଇ ସମୁଦ୍ର ମଧ୍ୟକୁ ଯାଇଥିଲେ।ରବିବାର ଦିନ ଫେରୁଥିବାବେଳେ ସାମୁଦ୍ରିକ ଉଚ୍ଚ ଢ଼େଉ ମାଡ଼ରେ ଡଙ୍ଗିଟି ଓଲଟି ପଡ଼ିଥିଲା ।ପରେ ପଛରେ ଆସୁଥିାବ ଏକ ବୋଟ ଓ ତଟରକ୍ଷୀବାହିନୀ ସାହାଯ୍ୟରେ ୫ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨ଜଣ ଏବେବି ନିଖୋଜଥିବାର ଜଣାପଡିଛି ।

Leave A Reply

Your email address will not be published.