ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ !

0 333

ଭୁବନେଶ୍ୱର,୨୦/୯(ଏସଏସନିୟୁଜ) ୧୯ ଘଣ୍ଟାର ଅପରେସନ ପରେ ମିଳିଛି ନିଖୋଜ ଛାତ୍ରଙ୍କ ମୃତଦେହ ।ଗତକାଲି ଟ୍ୟୁସନ୍ ଯିବା ବାଟରେ ଶତାବ୍ଦୀନଗର ଲେନ୍‌-୭ ଦେଇ ଯାଇଥିବା ବିଏମ୍‌ସିର ୮ନମ୍ବର ମୁକୁଳା ଡ୍ରେନ୍ ରେ ଭାସି ଯାଇଥିଲେ ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ(ରାଜା) ।ପିଲାଟି ଡ୍ରେନର ପ୍ରଖର ସ୍ରୋତରେ ଭାସିଯାଉଥିବାର ଦେଖି କିଛି ଯୁବକ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବାରୁ ଥାନା ଓ ଦମକଳ ବାହିନୀକୁ ଫୋନ କରି ଜଣାଇଥିଲେ ।ଖବରପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ରାଜାକୁ ପାଇନଥିଲେ।ଆଜି ପଞ୍ଚଶଖା ନଗର ମୁଖ୍ୟ ଡ୍ରେନ୍ ନିକଟ ବୁଦା ଭିତରୁ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।ଅନ୍ୟପଟେ ମୃତଦେହକୁ ଚିହ୍ନଟ ପାଇଁ ନିଖୋଜ ଛାତ୍ରଙ୍କ ସମ୍ପର୍କୀୟମାନେ ଏମ୍ସ ଯାଇଥିବାର ଜଣାପଡିଛି ।ମୃତ ଛାତ୍ର ଜ୍ୟୋତି ପ୍ରକାଶଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା ହୋଇଛି।ଲିଫ କୋଡ୍‌ ଅନୁସାରେ ଅନୁକମ୍ପା ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

Leave A Reply

Your email address will not be published.