ଡରରେ ବନ୍ଧୁକ ଛାଡି ପଳାଇଲେ

ଆଜିର ଖବର,ତାରିଖ–୨୦-୦୯-୨୦୨୧(ସୋମବାର)

0 254

୧. ଓଡ଼ିଶାର କୋଟିଆରେ ଆନ୍ଧ୍ରର ରାଜ୍‌ ।କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନରେ ବାଜି ମାରିଛି ୱାଇଏସଆର କଂଗ୍ରେସ ଦଳ ।
୨. ଆଇପିଏଲ୍‌ ୨୦୨୧: ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ ।
୩. ନେଉଆ ଓ ଜାମରୁଲ୍‌ ଆମଦାନି ବନ୍ଦ କରିବାରୁ ‘ବିଶ୍ବ ବାଣିଜ୍ୟ ସଙ୍ଗଠନ’ରେ ଅଭିଯୋଗ କରିବାକୁ ଚୀନ୍‌କୁ ଧମକ ଦେଲା ତାଇୱାନ୍ ।
୪. ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ରାଜସ୍ବ ଗୋଇନ୍ଦା ବିଭାଗ (ଡିଆର୍‌ଆଇ) ୯ ହଜାର କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରିଛି । ଏହି ନିଶାଦ୍ରବ୍ୟ ଆଫଗାନିସ୍ତାନରୁ ଆମଦାନି ହେଉଥିବା ଜଣାପଡ଼ିଛି ।
୫. ରାଜଧାନୀର ଡ୍ରେନ ପାଣିରେ ଛାତ୍ର ନିଖୋଜ, ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଜାଗମରା ରାସ୍ତା ଅବରୋଧ ।
୬. ଚଳିତ ଆଇପିଏଲ୍‌ ପରେ ଆରସିବିର କ୍ୟାପଟେନ୍‌ ପଦ ଛାଡ଼ିବେ କୋହଲି ।
୭. ବିନା ପ୍ରଦୂଷଣ ସାର୍ଟିଫିକେଟ୍‌ରେ ଗାଡି ଚଳାଇଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ, ଭରିବାକୁ ପଡିପାରେ ୧୦ ହଜାର ଜରିମାନା
୮. କ୍ୟାପଟେନ୍‌ଙ୍କୁ ହରାଇ ନିଜେ ଆଜି ପରାଜିତ ସିଦ୍ଧୁ ! ଚନ୍ନି ମୁଖ୍ୟମନ୍ତ୍ରୀ ହେବା ପରେ ବଦଳିଗଲା ସମୀକରଣ ।
୯. କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ସ୍ନାତକ(ୟୁଜି) ପାଠ୍ୟକ୍ରମ ନାମଲେଖା ପାଇଁ ଚଳିତ ମାସ ୨୮ ତାରିଖରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ ।
୧୦. ‘ଛାତ୍ର ସଂସଦ ନିବାଚନ ବାତିଲ; ଗଣତନ୍ତ୍ରର ଭ୍ରୂଣ ହତ୍ୟା’ ।
୧୧. ISIS-Kର ଦାବି: କାବୁଲ୍‌ରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍‌ ଭାରତରେ ହୋଇଥିଲା ଗିରଫ ।
୧୨. ବଲିଉଡ୍ ଅଭିନେତା ଅନୁପମ ଖେରଙ୍କୁ ମିଳିଲା ବଡ଼ ସମ୍ମାନ । ନ୍ୟୁୟର୍କର ମ୍ୟାନହେଟନରେ ଆୟୋଜିତ ସମାରୋହରେ ଅନୁପମ ଖେରଙ୍କୁ ହିନ୍ଦୁ ଅଧ୍ୟୟନ ପାଇଁ ଡକ୍ଟରେଟ୍ ଡିଗ୍ରୀରେ ସମ୍ମାନିତ କରାଯାଇଛି ।
୧୩. ଲୋକସଭା ଟିକେଟ୍‌ ପାଇଁ ୫ କ‌ୋଟି ଟଙ୍କା! ‘ଆର୍‌ଜେଡି’ର ତେଜସ୍ବୀ ଯାଦବ ଏବଂ ଅନ୍ୟ ୫ଜଣଙ୍କ ନାଁରେ ‘ଏଫ୍‌ଆଇଆର୍’ ଲାଗି ପାଟନା କୋର୍ଟଙ୍କ ଆଦେଶ ।
୧୪. ଭାରତୀୟ ଯବାନ-ଆତଙ୍କବାଦୀ ମୁହାଁମୁହିଁ ହେବା ପରେ ଡରରେ ବନ୍ଧୁକ ଛାଡି ପଳାଇଲେ ଆତଙ୍କବାଦୀ ।
୧୫. ସଂଯୁକ୍ତ କୃଷକ ମୋର୍ଚ୍ଚା ଡାକରାରେ ୨୭ ସେପ୍ଟେମ୍ବର ଭାରତ ବନ୍ଦକୁ ସିପିଆଇ(ଏମ-ଏଲ) ଲିବରେସନର ସମର୍ଥନ।
୧୬. କାଲିଠୁ କମ୍ପିବ ପିପିଲି: ମଇଦାନକୁ ଓହ୍ଲାଇବେ ହେଭିୱେଟ, ତିନି ଦଳର ଷ୍ଟାର ପ୍ରଚାରକଙ୍କ ପ୍ରଚାରେ ଉଷ୍ଣହେବ ରାଜନୀତି।
୧୭. ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ପଢାଯିବ ଇଞ୍ଜିନିୟରିଂ ଶିକ୍ଷା । ଏନେଇ AICTE ପକ୍ଷରୁ ମିଳିଛି ଗ୍ରୀନ୍ ସିଗନାଲ୍ । ନିକଟରେ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ ଏଜୁକେସନ, AICTE ଏବଂ ରାଜ୍ୟ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
୧୮. ଉପଯୁକ୍ତ ଚିକିତ୍ସା ଓ ସଚେତନତା ଦ୍ୱାରା ଶିଶୁମାନେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ପାରିବେ : ବିଶେଷଜ୍ଞ ।
୧୯. ନିୟମିତ ନ କଲେ ଆନ୍ଦୋଳନ-ଲେଫ୍ଟଆଉଟ୍ ଗଣଶିକ୍ଷକ ମହାସଂଘ ।
୨୦. ଓଡ଼ିଶାକୁ ମାଡ଼ିଆସୁଛି ଘୁର୍ଣ୍ଣିବଳୟ, ୧୦ ଦିନ ଭିତରେ ବଙ୍ଗୋପସାଗରରେ ଏକାଧିକ ସୃଷ୍ଟି ହେବା ନେଇ ସମ୍ଭାବନା ।
୨୧. ରାଜ୍ୟରେ କରୋନାରୁ ଆଜି ସୁସ୍ଥ ହେଲେ ୭୪୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୨୯୬ ଆକ୍ରାନ୍ତ ସୁସ୍ଥ । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭ହଜାର ୬୬ରେ ପହଂଚିଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care,ଶୁଭସକାଳ , GOOD MORNING

Leave A Reply

Your email address will not be published.