ରେଳ ଧାରଣାରୁ ମୃତଦେହ ଉଦ୍ଧାର

0 238

ବାରଙ୍ଗ,୧୯/୯(ଏସ ଏସ ନିୟୁଜ )କଳାରାହାଙ୍ଗ ରେଳ ଫାଟକ ନିକଟ ରେଳ ଧାରଣାରୁ ଆଜି ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ମଞ୍ଚେଶ୍ଵର ଜିଆରପି ପୋଲିସ।ସୂଚନା ମୁତାବକ ଆଜି ସକାଳ ୭.୩୦ ସମୟରେ ବାଙ୍ଗାଲୋର ଯାଉଥିବା ତିନସୁକିଆ – ବାଙ୍ଗାଲୋର ଏକ୍ସପ୍ରେସ ଟ୍ରେନରୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି।ଯୁବକ ଜଣକ ସିମାଲିଗୁଡ଼ି ରୁ ବାଙ୍ଗାଲୋର ଯାଉଥିଲେ ବୋଲି ତାଙ୍କ ନିକଟରୁ ମିଳିଥିବା ଟିକେଟରୁ ପୋଲିସ ଜାଣିବାକୁ ପାଇଛି।ତେବେ ଯୁବକ ଜଣକ ଚଳନ୍ତା ଟ୍ରେନ ରୁ ଖସିପଡ଼ି ମୃତ୍ୟୁ ହୋଇଛି ନା କେହି ତାଙ୍କୁ ଟ୍ରେନ ରୁ ଠେଲି ଦେଇଛି,ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟତା ଜଣାପଡିବ।ଏନେଇ ମଞ୍ଚେଶ୍ୱର ରେଳବାଇ ଫାଣ୍ଡିରେ ୫୧/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଫାଣ୍ଡି ଅଧିକାରୀ ନରେନ୍ଦ୍ର ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି।

Leave A Reply

Your email address will not be published.