ଅନଲାଇନ୍ ଖେଳ ଏବେ ପାଲଟିଛି କାଳ

ଖବର ଆଜିର ତାରିଖ ୧୫-୧୦-୨୦୨୧/ଶୁକ୍ରବାର

0 597

୧-ଦଶହରା ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ।
୨-ଅନଲାଇନ୍ ଖେଳ ଏବେ କାଳ ପାଲଟିଛି। ଅକାଳରେ ଯାଉଛି ପିଲାଙ୍କ ଜୀବନ। ଅନଲାଇନ୍ ପାଠ ପଢା ନାଁରେ ଘଣ୍ଟା ଘଣ୍ଟା ଧରି ଅନ୍ ଲାଇନ୍ ଗେମରେ ମାତୁଛନ୍ତି ଛାତ୍ର। ଆଉ ପରିବାର ଲୋକ ଆକଟ କଲେ ଆତ୍ମହତ୍ୟା କରିବାକୁ ପଛାଉନାହାଁନ୍ତି। ଗତ ୧୫ଦିନ ଭିତରେ ରାଜ୍ୟରେ ଅନଲାଇନ୍ ଗେମ୍ ଯୋଗୁ ଦୁଇ କଅଁଳ ଜୀବନ ଗଲାଣି। ସେପ୍ଟେମ୍ବର ୩୦ରେ କେନ୍ଦୁଝର ଘଷିପୁରା ଇନ୍ଦୁପୁରା ଗାଁର ଜଣେ ନବମ ଶ୍ରେଣୀର ଛାତ୍ର ଫ୍ରି ଫାୟାର ଗେମ୍ ଖେଳିବା ଲାଗି ଘରେ ମୋବାଇଲ୍ ଫୋନ୍ ନଦେବାରୁ ଆତ୍ମହତ୍ୟା କରିଛି।
୩-ଭୁବନେଶ୍ୱରର ଅଳିଆ ଗଦାରୁ ମିଳିଲା କଟା ଗୋଡହାତ । ଖାରବେଳ ନଗର ହାଉସିଂ କର୍ପୋରେସନ କଲୋନୀ ରାସ୍ତା କଡରୁ ହେଲା ଜବତ ।
୪-ଚଳିତ ବର୍ଷ ସିବିଏସଇ ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ। ଏହା ସହ ପରୀକ୍ଷା ଫର୍ମାଟରେ ମଧ୍ୟ ପରିବର୍ତ୍ତନ ହୋଇଛି ।
୫-ଦଶମ ଏବଂ ଦ୍ୱାଦଶ ଟର୍ମ ପରୀକ୍ଷା ପାଇଁ ଟେଣ୍ଟେଟିଭ୍‌ ତାରିଖ ଘୋଷଣା କଲା CBSE ; ଅକ୍ଟୋବର ୧୮ ରେ ରିଲିଜ୍ ହେବ ଡେଟ୍‌ସିଟ୍ .
୬-ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣା; ପୋଲିସ ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ମୋହନ ମାଝୀ ।
୭-କରୋନା ଭାଇରସ ମହାମାରୀ ଯୋଗୁ ସରକାରୀ ଆର୍ଥିକ ବ୍ୟବସ୍ଥା ଉପରେ ରହିଯିବ ଅସମାନତା ଓ ଦାରିଦ୍ର୍ୟତାର ଅଭୁଲା ଛାପ: IMF ।
୮-କାର୍ତ୍ତିକରେ ହବିଷ୍ୟାଳୀଙ୍କୁ ପୁରୀ ମନା: ଦଶହରା ସମେତ ଦୀପାବଳି, ବଡ ଏକାଦଶୀ ଓ କାର୍ତ୍ତିର୍କ ପୂର୍ଣ୍ଣିମାରେ ବନ୍ଦ ରହିବ ଦର୍ଶନ
୯-ଓଡିଶାର ସୀମାନ୍ତ ଗାଁ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଆନ୍ଧ୍ରର ନୂଆ ଚାଲ । ଦଶମ ପର୍ଯ୍ୟନ୍ତ ଡ୍ରେସ, ଜୋତା, ବ୍ୟାଗ, ବହି ମାଗଣା
୧୦-ଏମ୍ସରେ ଚିକିତ୍ସିତ ହେଉଛନ୍ତି ମନମୋହନ ସିଂ : ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ।
୧୧-ତାଇୱାନରେ ବଡ ଦୁର୍ଘଟଣା, ୧୩ ମହଲା କୋଠାରେ ନିଆଁ ଲାଗି ୪୬ ମୃତ .
୧୨-ଜମ୍ମୁ-କଶ୍ମୀରରେ ବଢ଼ୁଛି ଆତଙ୍କୀବାଦୀଙ୍କ ଦୁଃସାହସ, ପୁଞ୍ଚରେ ଦୁଇ ସେନା କର୍ମଚାରୀ ଆହତ; ଜାତୀୟ ରାଜପଥ ବନ୍ଦ ।
୧୩-ଆଜି ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ।
୧୪-ଲଖିମପୁର ହିଂସାର ତଦନ୍ତ: ଅଭିଯୁକ୍ତ ଆଶିଷ ମିଶ୍ର ଓ ଅଙ୍କିତ ଦାସକୁ ନେଇ ଘଟଣା ସ୍ଥଳରେ ସିନ୍ ରିକ୍ରିଏସନ୍ କରିଛି ଏସଆଇଟି
୧୫-ଆର୍ୟନ ଖାନଙ୍କୁ ମିଳିଲା କୈଦୀ ନମ୍ବର ୯୫୬, ଆର୍ଥର ରୋଡ ଜେଲରେ କାଟିବେ ଆଉ ୬ ଦିନ ।
କାହାରି ଠାରୁ ପ୍ରତିଶୋଧ ନେବାର ଖୁସି ଦୁଇ,ତିନି ଦିନ ପାଇଁ ରହିବ ହେଲେ,,
କାହାରିକୁ କ୍ଷମା କରିବାର ଖୁସି ଜୀବନ ସାରା ରହିବ..!ଶୁଭ ସକାଳ,ସୁପ୍ରଭାତବିଜୟା ଦଶମୀ ର ହାର୍ଦ୍ଦିକ ଅଭିନନ୍ଦନ,ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ..!

 

Leave A Reply

Your email address will not be published.