ମର୍ଣ୍ଣି ୱାକ ସାଜିଲା କାଳ ,ଦୁର୍ଘଟଣାରେ ଚାଲିଗଲା ଦୁଇମହିଳାଙ୍କ ଜୀବନ

0 323

ନୟାଗଡ଼,୧୫/୧୦(ଏସ ଏସ ନିୟୁଜ)ପ୍ରାତଃ ଭ୍ରମଣରେ ଦୁର୍ଘଟଣାରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ।ମୃତ ମହିଳା ହେଲେରସାନନ୍ଦ ମାର୍ଥାଙ୍କ ପତ୍ନୀ ମାନସୀ ମାର୍ଥା , ଦାଶରଧି ପ୍ରଧାନଙ୍କ ପତ୍ନୀ ଟିକିନା ପ୍ରଧାନ ଓ ଉପେନ୍ଦ୍ର ପରିଡ଼ା ଙ୍କ ପତ୍ନୀ ସୁରବାଳା ପରିଡ଼ା ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।ଏହି ଦୁର୍ଘଟଣାନୟାଗଡ଼ ଜିଲ୍ଲା ନୂଆଗାଁ ସମ୍ପଡ଼ା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଆଜି ଭୋର ସମୟରେ ଘଟିଛି ଦୁର୍ଘଟଣା ।
ସକାଳୁ ସକାଳୁ ସଂପଡ଼ା ଗ୍ରାମରଏହି ତିନିଜଣ ମହିଳା ପ୍ରାତଃ ଭ୍ରମଣରେ ଯାଇଥିବା ସମୟରେ ଏକ ଗାଡି ଧକ୍କା ଦେଇଥିଲା। ମାନସୀ ଏବଂ ସୁରବାଳା ଭୋର ରୁ ପ୍ରାତଃ ଭ୍ରମଣରେ ଯାଉଥିଲେ । ଟିକିନା ପାଣି ଆଣିବାକୁ ରାସ୍ତାରେ ଯାଉଥିଲେ । ଏହି ସମୟରେ ଦଶପଲ୍ଲାରୁ ନୟାଗଡ଼ ଆସୁଥିବା ଏକ ଗାଡ଼ି ସେମାନଙ୍କ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମାନସୀ ଏବଂ ଟିକିନାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

Leave A Reply

Your email address will not be published.