ପଦାକୁ ଆସିଲା ଅପହରଣ ଘଟଣାର ସତ୍ୟତା

0 218

ଭୁବନେଶ୍ୱର,୪/୬(ଏସଏସନିୟଜ) ରାଜଧାନୀର ଡେଲଟା ଅଂଚଳରୁ ଗତକାଲି ସଂଧ୍ୟାରେ ହୋଇଥିବା ଅପହରଣ ଘଟଣାର ପର୍ଦାଫାସ ହୋଇଛି ।ଏହା ଅପହରଣ ନୁହେଁ ବୋଲି ନିଶା ମୁକ୍ତ କେନ୍ଦ୍ର ଜାଗୃତି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ବ୍ରାଉନସୁଗାର ନେଉଥିବା ଲିପୁ ନାୟକ ନାମକ ଯୁବକ ଦୀର୍ଘ ଦିନ ଧରି ଜାଗୃତି ଫାଉଣ୍ଡେସନରେ ରହି ନିଶା ନିବାରଣ ପାଇଁ ଚିକିତ୍ସିତ ହେଉଥିବାବେଳେ ଫେବ୍ରୁଆରୀ ମାସରୁ ସେ ଫେରାର ହୋଇ ଯାଇଥିଲେ ।ତାଙ୍କ ବିଷୟରେ ସୁଚନା ମିଳିବାପରେ ଡେଲଟା ଅଂଚଳରୁ ତାଙ୍କୁ ଗତକାଲି ସଂଧ୍ୟାରେ ଉଦ୍ଧାର କରାଯାଇଥିବା ନେଇ କୁହାଯାଇଛି ।

Leave A Reply

Your email address will not be published.