ପାକିସ୍ତାନକୁ ଲାଗିଲା ବଡ ଝଟକା

ଆଜିର ଖବର,ତାରିଖ–୧୮-୦୮-୨୦୨୧(ବୁଧବାର)

0 359

୧. ଭାରତୀୟ ଅଧିନାୟକ ମନପ୍ରୀତ୍‌ ସିଂ ହକିରେ ଦୃଷ୍ଟାନ୍ତମୂକଳ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ।
୨. ତାଲିବାନର ବଡ ପ୍ରତିଶ୍ରୁତି, ଭାରତ ପାଇଁ ଆଶ୍ଵସ୍ତିକର ତ ପାକିସ୍ତାନକୁ ଲାଗିଲା ବଡ ଝଟକା ।
୩. ଆପିକଲର ନୂଆ ୱେବ୍‌ସାଇଟ୍‌ ଲୋକାର୍ପିତ କଲେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ
୪. ଆଫଗାନିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କୁ ଶରଣ ଦେବ ଭାରତ ।
୫. ଭାରତ ଟୋକିଓ ରେ ଗୋଟିଏ ନୂଆ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି । ନିକଟରେ ଅଲମ୍ପିକ୍ସ ସମ୍ପୂର୍ଣ୍ଣ ହୋଇଥିବା ବେଳେ ପାରା ଅଲମ୍ପିକ୍ସ ପାଇଁ ଆଗାମୀ ସଂସ୍କରଣ ଆସିଯାଇଛି ।
୬. ପୁଣିଥରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି । ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଘରୋଇ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି କରିଛନ୍ତି । ଆଜି ଅଣ ସବ୍‌ସିଡି ଗ୍ୟାସ ୨୫ ଟଙ୍କା ବଢ଼ିଛି। ନୂଆ ଦର ପରେ ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡରର ଦାମ ୮୫୯.୫ ଟଙ୍କା ହୋଇ ଯାଇଛି ।
୭. ରାଜ୍ୟରେ କମ୍‌ ବର୍ଷା ଯୋଗୁଁ ସମ୍ଭାବ୍ୟ ଫସଲ କ୍ଷତିର ମୁକାବିଲା ନିମେନ୍ତ ଯୁଗ୍ମ-ମନ୍ତ୍ରୀସ୍ତରୀୟ ବୈଠକ ।
୮. ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା; ୧୦ ବର୍ଷ ପାଇଁ ହକିର SPONSOR ରହିବ ଓଡ଼ିଶା ।
୯. ରାଜ୍ୟର ୮୯ଟି ସହରାଂଚଳରେ ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ କରିବାକୁ ଗତ ସପ୍ତାହରେ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫ଟି ଷ୍ଟାଡ଼ିୟମ ନିର୍ମାଣ ହେବ ।
୧୦. ମେନପୁରୀ ହେବ ମୟନ ନଗରୀ, ଆଲିଗଡର ନାମ ବଦଳି ହୋଇପାରେ ହରିଗଡ।
୧୧. ଆଫଗାନିସ୍ତାନ ଜେଲରେ ବନ୍ଦୀ ଥିବା ୨୩୦୦ କୁଖ୍ୟାତ ଆତଙ୍କବାଦୀଙ୍କୁ ମୁକ୍ତ କରିଦେଲା ତାଲିବାନ : ପାକିସ୍ତାନ ପାଇଁ ସତର୍କ ଘଣ୍ଟି, ଭାରତ ପାଇଁ ବିପଦ !
୧୨. ଦେଶରେ ଆଜି ସୁଦ୍ଧା ୫୬ କୋଟି ୯୪ ହଜାର ୫୮୧ ଜଣ କୋଭିଡ ପ୍ରତିଷେଧକ ଟିକା ନେଇଥିବା କେନ୍ଦ୍ର ସରକାରଙ୍କ ଇଣ୍ଡିଆ ଫାଇଟସ କରୋନା ୱେବସାଇଟରୁ ସୂଚନା ମିଳିଛି ।
୧୩. ଆଗକୁ ଆହୁରି ଦୁଇ ଦିନ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ଆସନ୍ତାକାଲି ସକାଳ ଯାଏଁ ୨୩ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି । ଗଂଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, କନ୍ଧମାଳ ଓ ମାଲକାନଗିରି ଭଳି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତବନୀ ଦେଇଛି ପାଣିପାଗ ବିଭାଗ ।
୧୪. KISSକୁ ବଡ଼ ଝଟ୍‌କା, ମୁହଁ ଫେରାଇନେଲା WAU ।
୧୫. ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୦୬୪ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୬ ।
୧୬. ୨୪ଘଣ୍ଟା ମଧ୍ୟରେ ରାଜଧାନୀରୁ ୨୩୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ , GOOD MORNING

Leave A Reply

Your email address will not be published.