ଆଜିର ଅନୁଚିନ୍ତା

 ତାରିଖ - ୧୮:୦୮:୨୦୨୧ (ବୁଧବାର )

0 239

⚜ଆଖି କାନ ସବୁ ଖୋଲା ରଖି ଚଳ ବଦଳି ଯାଇଛି କାଳ,
ସୁଯୋଗ ପାଇଲେ ତୁମ ନିଜ ଲୋକ ଉପାଡିବେ ଚେର ମୂଳ ।
⚜କଠିନ ରାସ୍ତା ଦେଖି କେବେ ଡରିଯାଆନ୍ତୁ ନାହିଁ କାହିଁକି ନା ସବୁ କଠିନ ରାସ୍ତାର ଅନ୍ତ ସବୁବେଳେ ସୁନ୍ଦର ଜାଗାରେ ହିଁ ସରିଥାଏ ।
⚜ଜୀବନର ପ୍ରତ୍ୟେକ ମୁହୁର୍ତ୍ତକୁ ଖୁସିରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ, କାହିଁକି କି ନା ପ୍ରତିଦିନ ସନ୍ଧ୍ୟାରେ କେବଳ ସୂର୍ଯ୍ୟ ଅସ୍ତ ହୁଏ ନାହିଁ ବରଂ ସମସ୍ତଙ୍କ ଜୀବନର ବହୁମୂଲ୍ଯ ଦିନଟିଏ ବି ଶେଷ ହୋଇଥାଏ ।
⚜ଆଜି କାଲି ଦୁନିଆରେ ସମ୍ପର୍କର ଅର୍ଥ କେବଳ ସ୍ବାର୍ଥ,,,,,,,
⚜ଲଜ୍ଯା ଆଉ ସଂସ୍କାର ଯେଉଁ “ଝିଅ” ପାଖେ ଅଛି,,,,ତା ଠାରୁ ସୁନ୍ଦର ଆଉ କେହି ନାହିଁ ।ଆଉ ଯେଉଁ “ପୁଅ” ପାଖରେ ମର୍ଯ୍ଯାଦା ଅଛି ତା ଠାରୁ ବଡ କଥା ଆଉ କିଛି ନାହିଁ ।
🌷ନିଜର ଜ୍ଞାନ ହିଁ ମଣିଷର ପ୍ରକୃତ ଶକ୍ତି !
🌷ପ୍ରତେକ ମଣିଷ ସମାନ ରକ୍ତ ମାଂସ ରେ ଗଢା। କେବଳ ସେହି ମଣିଷ ସଫଳତା ର ସ୍ୱାଦ ଚାଖିପାରେ ଯାହା ପାଖରେ ଦୃଢ ଇଛା ଶକ୍ତି ଅଛି !!
🌷ମୃତ୍ୟୁ ମୁଖରୁ କେହି ବଞ୍ଚିପାରେନା । ତେଣୁ ଜୀବନ ନ କାଟି, ଜୀବନ କୁ ଜିଇଁବା ଦରକାର !!
🌷ପ୍ରକୃତ ପୁରୁଷ ସବୁବେଳେ ନିଜ ନିଷ୍ପତି ରେ ଅଟଳ ରହିଥାଏ !!
🌷ସନ୍ତାନ ଓ ଜଳ ମଧ୍ୟ ରେ କିଛି ତଫାତ ନାହିଁ । ଯେପରି ଜଳ କୁ ଯେଉଁ ପାତ୍ର ରେ ରଖିଲେ ସେ ସେହି ପାତ୍ର ର ଆକାର ଧାରଣ କରେ ସେହିପରି ସନ୍ତାନ କୁ ଯେମିତି ଗଢିଲେ ସେମିତି ଗଢି ହୋଇଥାଏ !!
🌷ଯଦି ଗୋଟେ ମିଛ ରେ କାହା ଉପରୁ ବିପଦ ଟଳିଯାଏ ତେବେ ସେପରି ମିଛ କହିଲେ ପାପ ନୁହେ ବରଂ ପୁଣ୍ୟ ମିଳିଥାଏ !!
🌷ଯେ ନିଶ୍ଚିତ ବସ୍ତୁ ଅପେକ୍ଷା ଅନିଶ୍ଚିତତା ପଛରେ ଗୋଡ଼ାଇ ଥାଏ ସେ ଦୁଇଟି ଯାକ ହରାଏ !!
🌷ଦାନ ଦ୍ୱାରା ହିଁ ହାତର ଶୋଭା ବର୍ଦ୍ଧନ ହୋଇଥାଏ !!
🙏.ଓଁ ନମଃ ଗଣନାୟକ🙏. ଶୁଭ ସକାଳ, ଆଜି ବୁଧବାର ପୁତ୍ରଦା ଏକାଦଶୀ, ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ,ଶୁଭସକାଳ !!ଜୟ ଜଗନ୍ନାଥ.ଜୟ ସୋମନାଥ !!

Leave A Reply

Your email address will not be published.