ପାଣିପାଇଁ ହଣାହଣି

0 399

ଚନ୍ଦ୍ରଶେଖରପୁର,୧୭/୯(ଏସ୍‌ଏସ୍‌ନିଉଜ) ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଳାରାହାଙ୍ଗ ଅଞ୍ଚଳରେ ଜମି ବିବାଦକୁ ନେଇ ୨ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏଥିରେ ୨ଜଣଙ୍କ ହାତ କଟିଛି । ଉଭୟପକ୍ଷ ଥାନାରେ ଅଭିଯୋଗ କରିଛନ୍ତି ।ଖବର ନେବାରେ ଜଣା ପଡିଛିକି, କଳାରାହାଙ୍ଗ ଅଞ୍ଚଳରେ ବଡବାପା ପୁଅ ଓ ଦାଦା ପୁଅଙ୍କ ମଧ୍ୟରେ ଏକ ଜମିକୁ ନେଇ ଗତକିଛିଦିନହେବ ବିବାଦ ଲାଗିଥିଲା । ଆଜି ଜମିରେ ଜମିଥିବା ଜଳ ନିଷ୍କାସନକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସାରେ ଦାଦାପୁଅ ପଟରୁ ବଡବାପା ପୁଅ ପଟକୁ ହାଣିବାକୁ ଉଦ୍ୟମବେଳେ ବଡବାପା ପୁଅ ପଟରୁ ୨ଜଣଙ୍କ ହାତରେ ଗଭୀର କ୍ଷତ ହୋଇଛି । ଯାହାକୁ ନେଇ ଉଭୟପକ୍ଷ ଥାନାର ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.