ଆଜିର ଅନୁଚିନ୍ତା

ତାରିଖ : ୧୮.୦୯.୨୦୨୧,ଶନିବାର

0 625

ଆଜିର ନୀତିବାଣୀ
➡️”ପ୍ରେମ କର…ସାରା ଜୀବନ କର…ବାସ ଆଶା ରଖନାହିଁ, କାରଣ କଷ୍ଟ ପ୍ରେମ ଦେଇ ନଥାଏ ।କଷ୍ଟ ଆଶା ଦେଇଥାଏ !!
➡️”ଜୀବନରେ ଦୁଃଖ କଷ୍ଟ ଆସିବା Part of Life ଅଟେ…ଆଉ ସେଥିରୁ ହସିକି ବାହାରି ଆସିବା Art of Life ଅଟେ… !!
➡️”ଅପେକ୍ଷାରେ ତୁ ବଡ ନିର୍ଦୟ,ଏ ସମୟବି ରହିପାରୁନି ତୋ ସହିତ ରହୁଛି କେବଳ ଦୁଃଖ ଆଉ ଯନ୍ତ୍ରଣା !!
➡️”ଧର୍ମଭୀରୁ ଲୋକମାନଙ୍କ ପାଇଁ ପରଲୋକ କଲ୍ୟାଣ ର ଆଳୟ।ଯେ ସର୍ବଦା ପର ସୁବିଧାବାଦୀ ତା’ର ଦୀର୍ଘାୟୁ ହେବା ନ ହେବା ସମାନ !!”
➡️”ସମ୍ମାନ କିଏ ଦେଉବା ନଦେଉ ସେଥିରେ କିଛି ଯାଏ ଆସେ ନାହିଁ।କିନ୍ତୁ ତୁମେ ତୁମ କର୍ତ୍ତବ୍ୟ କରିଚାଲ,ସମୟ ତାର ସଠିକ ଜବାବ ଦେବ !!
ଆଜିର ଅନୁଚିନ୍ତା
➡️”ଆପଣଙ୍କ କଥାକୁ ଉପଭୋଗ କରି ହସିବା ଲୋକ ଏଠି ଅନେକ ମିଳିଯିବେ , କିନ୍ତୁ ସେଇ ହସାଉଥିବା ଲୋକର ହସକୁ ହୃଦୟଙ୍ଗମ କରିବା ଲୋକ ଖୁବ କମ୍ ମିଳିବେ , ବୋଧେ ନିଜେ ହସିବା ଏବଂ ଅନ୍ୟକୁ ହସାଇବା ଭିତରେ ଏହା ହିଁ ଏକମାତ୍ର ଫରକ୍ !!
➡️”ସମ୍ପର୍କ ଯେତେ ଖରାପ ହୋଇ ଥାଉନା କାହିଁକି କେବେବି ଭାଙ୍ଗିବାକୁ ଦିଅନ୍ତୁ ନାହିଁ , କାହିଁକିନା ପାଣି ଯେତେ ଦୂଷିତ ହୋଇଥିଲେ ମଧ୍ୟ ଶୋଷ ସିନା ମେଣ୍ଟାଇ ପାରିବନି କିନ୍ତୁ ନିଆଁ ତ ଲିଭାଇପାରିବ !!
➡️”ଆଶା ହେଉଛି ଦୁଃଖର କାରଣ , ତେଣୁ କେବେ କାହାଠାରୁ କିଛି ଆଶା ନକରି ନିଜ ଦାୟିତ୍ରକୁ ସଠିକ୍ ଭାବରେ କରନ୍ତୁ ଦେଖିବେ ଆପଣ କେବେ ଦୁଃଖ ଅନୁଭବ କରିବେନାହିଁ !!
➡️”ପରିସ୍ଥିତି ସହିତ ନିଜକୁ ଖାପ ଖୁଆଇବାର କଳା ଯିଏ ହାସଲ କରିଛି ସେ ଜୀବନଟାକୁ ଦୁଃଖମୟ ବୋଲି ଭାବିବ ନାହିଁ , କାହିଁକିନା ତ୍ୟାଗ ଭିତରେ ଯେଉଁ ପବିତ୍ର ଆନନ୍ଦ ରହିଛି , ତାହା କ’ଣ ଭୋଗ ଭିତରୁ ମିଳିପାରିବ !!
➡️”ଆମେ କହୁଥିବା ” କଥା ” ଆମ ଜ୍ଞାନର ପରିଚୟ ଦିଏ , କରୁଥିବା ” କାର୍ଯ୍ୟ ” ଆମ ଯୋଗ୍ୟତାର ପରିଚୟ ଦିଏ , ଆଉ ଆମ ବ୍ୟବହାର ” ଆମ ବଂଶର ପରିଚୟ ଦେଇଥାଏ !!
ଆଜିର ସୁବିଚାର 
➡️”ଭଗବାନ ଙ୍କ ପାଇଁ ଭୋଗ ର ଆବଶ୍ୟକତା ନାହିଁ ଭକ୍ତିର ଆବଶ୍ୟକ।ଭଗବାନ ଭୋଗ ରେ ପ୍ରସନ୍ନ ହୁଅନ୍ତି ନାହିଁ ଭକ୍ତି ରେ ପ୍ରସନ୍ନ ହୋଇ ଥାନ୍ତି !!
➡️”ପତ୍ର ଝଡ଼ିବା ଆଗରୁ ଯେମିତି ପତ୍ରର ରଙ୍ଗ ବଦଳିଯାଏ , ଠିକ ସେମିତି ମଣିଷ ବଦଳିବା ଆଗରୁ ତାର କଥାବାର୍ତ୍ତାର ଶୈଳୀ ବଦଳିଯାଏ !!
➡️”ସବୁବେଳେ ଭାବନ୍ତୁ ମୁଁ ଯେଉଁ ଅବସ୍ଥାରେ ଅଛି ତାହା ଶେଷ ଅବସ୍ଥା ନୁହଁ । ଜୀବନରେ ଆହୁରି ଭଲଦିନ ଆସିବ । ତେଣୁ କ୍ଷଣିକ ସୁଖ କି କ୍ଷଣିକ ଦୁଃଖରେ ଆତ୍ମବିଭୋର କି ବିଚଳିତ ହୁଅନ୍ତୁ ନାହିଁ । ସବୁବେଳେ ଭାବନ୍ତୁ ମୁଁ ଯେଉଁଠି ଅଛି , ଭଲରେ ଅଛି , ମୋ ଅବସ୍ଥା ଠାରୁ ତଳେ ଆହୁରି କିଛି ଲୋକ ରହିଯାଇଛନ୍ତି । ତେଣୁ ପ୍ରତିଦିନ ଭଗବାନଙ୍କୁ ଡାକନ୍ତୁ ଯେ ମୋତେ ସଦବୁଦ୍ଧି ଦିଅ ଓ ସତମାର୍ଗରେ ଯିବାକୁ ବାଟ ଦେଖାଅ !!
➡️”ଜୀବନଟିକୁ କାନ୍ଦି ଭସେଇ ଦେବା ଅପେକ୍ଷା ହସି ଉଡେଇ ଦେବା ବହୁତ ଭଲ !!
➡️”ଜୀବନରେ ଦୁଇ ପ୍ରକାର ବନ୍ଧୁ ଆବଶ୍ୟକ ଜଣେ କୃଷ୍ଣ ଯେ ଲଢ଼ିଲେ ନାହିଁ ହେଲେ ବନ୍ଧୁକୁ ଜିତେଇ ଦେଲେ ଓ ଆଉ ଜଣେ କର୍ଣ୍ଣ ଯେ ହାରିଗଲେ ପଛକେ ଶେଷ ପର୍ଯ୍ୟନ୍ତ ବନ୍ଧୁକୁ ଛାଡିଲେ ନାହିଁ !!ଶୁଭ ସକାଳ🪔⛳🙏ଓଁ ଶନି ଦେବାୟ ନମଃ🙏⛳🪔ଶୁଭ ସକାଳଆଜି ଶନିବାର ପ୍ରଭୁ ଶନି ଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏ରଭୁ ଶନି ଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏.

Leave A Reply

Your email address will not be published.