ପାଣି ପିଇବା ବାହାନାରେ ବନ୍ଧୁକ ଦେଖାଇ ଲୁଟିଲେ

0 171

ଗଂଜାମ , ୨୭/୭(ଏସଏସନିୟୁଜ) ବୁଗୁଡ଼ା ଥାନା ଅଧିନସ୍ଥ କର୍ସିଙ୍ଗ ଗାଁର ନିଶାକର ପ୍ରଧାନଙ୍କ ଘରୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ
ସୁନା ଓ ନଗଦ ଟଙ୍କା ଲୁଟିନେଇଥିବାର ଅଭିଯୋଗ ହୋଇଛି । ପିଇବାପାଇଁ ପାଣିବୋତଲ ମାଗି ଜବରଦସ୍ତ ୪ଜଣ ଦୁର୍ବୃତ୍ତ ଘରେ ପଶି ପରିବାର ଲୋକଙ୍କୁ ମାଡ ମାରିଥିଲେ ।ଏହାପରେ ବନ୍ଧୁକ ଦେଖାଇ ଭୟଭିତ କରି ମହିଳାମାନେ ପିନ୍ଧିଥିବା ଗହଣାଠାରୁ ଆରମ୍ଭ କରି ଆଲମିରା ଭାଙ୍ଗି ପ୍ରାୟ ୭ ଲକ୍ଷ ଟଙ୍କା ସୁନା ଅଳଙ୍କାର ସହ ନଗଦ ୧୦ ହଜାର ଟଙ୍କା ଲୁଟି ନେଇ ଦୁଇଟି ବାଇକରେ ଫେରାର ହୋଇ ଯାଇଥିଲେ ।ଅଭିଯୋଗ ପାଇବାପରେ ବୁଗୁଡ଼ା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.