ଆଖଣ୍ଡଳମଣିଙ୍କ ପୀଠର ସମ୍ପ୍ରସାରଣ କାର୍ଯ୍ୟ କୁ ନେଇ ପ୍ରଶ୍ନ ଉଠାଇଲେ ମନମୋହନ

0 165

ଆରଡି,୨୭/୭(ଏସଏସନିୟୁଜ)କରୋନାପାଇଁ ଦେବାଦେବୀଙ୍କ ପୀଠ ବନ୍ଦ ରହିଛି ।କିନ୍ତୁ ନୀତିକାନ୍ତୀ ଚାଲିଛି ।ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ମଣିବାବାଙ୍କ ନୀତିକାନ୍ତୀ ପହଡ ଖୋଲିବା ଠାରୁ ପହଡ ପଡିବା ଯାଏଁ ପାଞ୍ଚଧୂପ ଅନ୍ନନୀତି ସହ ବେଶ ପାଇଁ ଦୈନିକ ୧୦/୧୨ ହଜାର ଟଙ୍କା ଖର୍ଚ୍ଚ ହେଉଛି । କରୋନା ପାଇଁ ଭକ୍ତ ମନ୍ଦିର ଆସୁନଥିବାରୁ ଦାନଦକ୍ଷିଣାରୁ ବଞ୍ଚିତ ହେଉଥିବା ଏହି ସେବାୟତ ପରିବାର ଦୁର୍ଦିନ ସମୟରେ ଆର୍ଥିକ ଅନାଟନ ମଧ୍ୟରେ ମଣିବାବାଙ୍କ ସମସ୍ତ ନୀତିକାନ୍ତି ପୂର୍ବପରି କରୁଛନ୍ତି ।ଅଦ୍ୟାବଧି ସେବାୟତମାନଙ୍କୁ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇନାହିଁ ।ଅନ୍ୟପଟେ ୨ବର୍ଷ ହେବ ପୀଠରେ ବିକାଶ ନାଁରେ ୪୦ରୁ ଉର୍ଦ୍ଧ ବ୍ୟବସାୟୀଙ୍କୁ ଉଛେଦ କରାଯାଇଥିଲେ ମଧ୍ୟ ଜୀବିକା ହରାଇଥିବା ବ୍ୟବସାୟୀମାନଙ୍କୁ ମହାମାରୀ କରୋନା ସମୟରେ ସହାୟତା ମଧ୍ୟ ଦିଆଯାଇନାହିଁ । ଏହାସହ ପୀଠରେ ଆରମ୍ଭ ହୋଇଥିବା ସମ୍ପ୍ରସାରଣ ଓ ବିକାଶମୂଳକ କାର‌୍ୟ୍ୟ ସନ୍ତୋଷଜନକ ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ଦଳର ବରିଷ୍ଠନେତା ତଥା ପୂର୍ବତନମନ୍ତ୍ରୀ ମନମୋହନ ସାମଲ କହିଛନ୍ତି ।ଏସବୁ ପ୍ରତି ସରକାର ଯଦି ଆଗାମୀ ଦିନରେ ଗୁରୁତ୍ୱ ନଦିଅନ୍ତି ତେବେ ରାଜ୍ୟ ସରକାରଙ୍କ ବିରୋଧରେ ଦୃଢ ପ୍ରତିବାଦ କରାଯିବ ବୋଲି ସାମଲ କହିଛନ୍ତି ।

Leave A Reply

Your email address will not be published.