ବେଆଇନ ପଥର ଖଣି ଉପରେ ଚଢ଼ାଉ କଲା ପୋଲିସ

0 168

ବେଗୁନିଆ, ୨୭/୭(ଏସଏସନିୟୁଜ) ବେଆଇନ ପଥର ଖଣି ଉପରେ ଚଢ଼ାଉ କରି ବେଗୁନିଆ ଥାନା ପୋଲିସ ଖଣି ଭିତରେ ଥିବା ଦୁଇଟି ଜେ ସି ବି କୁ ଜବତ କରିବାସହ ଚାଳକଦ୍ୱୟଙ୍କୁ ଗିରଫ କରିଛି । ରାଉତପଡା ଏବଂ ବାଲିବେରେଣିରେ ୩ ଟି ପଥରଖଣି ନିଲାମ ହୋଇଥିଲେ ମଧ୍ୟ ଆବଶ୍ୟକିୟ କାଗଜପତ୍ର ହୋଇନାହିଁ ।କିନ୍ତୁ ଏହି ବେଆଇନ ଖଣିରୁ ରାତିଅଧିଆ ପଥରକଟା ସାଙ୍ଗକୁ ବୁହା ଚାଲିଛି ।ଏହି ଅଭିଯୋଗ ପାଇବାପରେ ବେଗୁନିଆ ପୋଲିସ ଅଚାନକ ଚଢଉକରି ଖଣି ଭିତରେ ଥିବା ଦୁଇଟି ଜେ ସି ବି କୁ ଜବତ କରିବାସହ ଦିବାକର ପରିଡା ଏବଂ ଶୁଚି ଦାସ ନାମକ ଚାଳକଦ୍ୱୟଙ୍କୁ ଗିରଫ କରିଛି ।

Leave A Reply

Your email address will not be published.