ରାଉରକେଲାରେ ପିଲା ବିକ୍ରି ଗ୍ୟାଙ୍ଗକୁ ଧରିଲା ପୋଲିସ

0 179

ରାଉରକେଲା,୨୭/୭(ଏସଏସନିୟୁଜ) ରାଉରକେଲା ରେ ନିରୀହ ଗିରିବଲୋକ ମାନଙ୍କୁ ଅର୍ଥ ଲୋଭ ଦେଖାଇ ଶିଶୁ ପୁତ୍ରକୁ ୩ ରୁ ୪ ଲକ୍ଷ ଏବଂ ଶିଶୁ କନ୍ୟାଙ୍କୁ ୩୦ ହଜାର ଟଙ୍କାରେ ବ୍ୟବସାୟ କରୁଥିବା ବଡଧରଣ ପିଲା ବିକ୍ରି ରାକେଟର ପର୍ଦ୍ଦାଫାଶ କରିଛି ରାଉରକେଲା ପ୍ଲାଂଟ ସାଇଟ ପୋଲିସ । ପ୍ରଥମେ ନିରୀହ ଗରିବଙ୍କୁ ଯୋଗାଯୋଗ କରି ଟଙ୍କାର ଲୋଭ ଦେଖାଇ ପିଲା ବିକ୍ରି କରିବାକୁ ରାଜିକରାଉଥିଲେ ।ଗରିବ ତଥା ଆର୍ଥକ ଅନାଟନରେ ବଂଚୁଥିବା ପରିବାର ସେମାନଙ୍କ ଜନ୍ମକଲା ଛୁଆକୁ ବିକ୍ରିକରିବାକୁ ପଛାଉନଥିଲେ ।ପୋଲିସ ଏହି ଗ୍ୟାଙ୍ଗକୁ ଧରିବା ସହ ୭ ଜଣଙ୍କୁ ଗିରଫ କରି ସେମାନଙ୍କ ମୋବାଇଲ୍ ଫୋନ୍ ଜବତ କରିଛି । ଗିରଫମାନଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ରହିଛନ୍ତି ।ଏହି ଗ୍ୟାଙ୍ଗ ରାଉରକେଲା ଅଂଚଳରେ ସକ୍ରିୟଥିବାବେଳେ ଶିଶୁମାନଙ୍କୁ ଝାଡଖଣ୍ଡରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ ବୋଲି ପୋଲିସ ସୁଚନା ଦେଇଛି ।

Leave A Reply

Your email address will not be published.